ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହେବ ନୂଆ ତାରିଖ

ଭୁବନେଶ୍ଵର : କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ପରେ ପିପିଲି ଉପନିର୍ବାଚନକୁ ରିଟର୍ଣ୍ଣିଂ ଅଫିସର ନିର୍ବାଚନକୁ ସ୍ଥଗିତ ରଖିଛନ୍ତି। ଏଥିପାଇଁ ନୂଆ ତାରିଖ ଘୋଷଣା ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ଏନେଇ ସୂଚନା ଦେଇଛନ୍ତି।

ଗୁରୁବାର ଶ୍ରୀ ଲୋହାନି କହିଛନ୍ତି ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ପରଲୋକ ନେଇ ମୁଖ୍ୟ ନିର୍ବାଚନ କମିସନଙ୍କୁ ଅବଗତ କରାଯାଇଛି। ତେଣୁ ନିର୍ବାଚନ କମିସନ ଏହି ଉପନିର୍ବାଚନ ପାଇଁ ନୂଆ ତାରିଖ ଘୋଷଣା ସହିତ ସାନି ବିଜ୍ଞପ୍ତି ପ୍ରକାଶ କରିବେ। ବିଜ୍ଞପ୍ତି ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ହେବ। ତେବେ ସବୁ ଦଳର ପ୍ରାର୍ଥୀଙ୍କ ବଦଳରେ କେବଳ କଂଗ୍ରେସ ଦଳକୁ ନୂଆ ପ୍ରାର୍ଥୀ ଦେବାର ସୁଯୋଗ ମିଳିବ। କିନ୍ତୁ କେବେ ତାରିଖ ଘୋଷଣା ହେବ ସେନେଇ କୌଣସି ସୂଚନା ଆସିନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ପିପିଲି ଉପନିର୍ବାଚନ ପାଇଁ ଆସନ୍ତା ୧୭ ତାରିଖରେ ଭୋଟ ଗ୍ରହଣ ହୋଇଥାନ୍ତା। କଂଗ୍ରେସ ପ୍ରାର୍ଥୀଙ୍କ ପରଲୋକ ଯୋଗୁଁ ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। ବିଜେଡି ପକ୍ଷରୁ ରୁଦ୍ର ମହାରଥୀ ଓ ବିଜେପିରୁ ଆଶ୍ରିତ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button