ପୁଣି ବିବାଦରେ ପିଏନ୍‌ବି: ଡିଏଚ୍‌ଏଫଏଲ୍‌କୁ ଦେଇଥିଲା ୩୬୮୮କୋଟି

ନୂଆଦିଲ୍ଲୀ: ନୀରବ ମୋଦି ଓ ମେହୁଲ ଚୋକସିଙ୍କୁ ୧୪ହାଜର କୋଟି ଲୋନ ଦେଇ ଫସିଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପୁଣି ଏକ ନୂଆ ବିବାଦରେ ଛନ୍ଦି ହୋଇଛି । ଏଥର ବ୍ୟାଙ୍କ ଦିବାନ ହାଉସିଂ ଫାଇନାନ୍ସ ଲିମିଟେଡ(ଡିଏଚ୍‌ଏଫଏଲ୍‌)କୁ ଦେଇଥିବା ୩,୬୮୮କୋଟିର ଲୋନ୍ ଫ୍ରଡ୍ ବୋଲି ଘୋଷିତ ହୋଇଛି । ଗୁରୁବାର ବ୍ୟାଙ୍କ ଡିଏଚ୍‌ଏଫ୍‌ଏଲ୍‌ର ୩,୬୮୮ କୋଟି ଲୋନ୍ ଏନ୍‌ପିଏ ସମ୍ପର୍କରେ ଆରବିଆଇକୁ ସୂଚନା ଦେଇଛି । ଡିଏଚ୍‌ଏଫ୍‌ଏଲ୍ ନିଜର ଅନ୍ୟଏକ ଫେକ୍ କମ୍ପାନୀ ଜରିଆରେ ୯୭ହଜାର କୋଟି ଲୋନ୍ ନେଇଥିବାବେଳେ ୩୧ ହଜାର କୋଟିର ହେରଫେର୍ ହୋଇଛି । ମିଳିଥିବା ସୂଚନା ଅନୁସାରେ ଡିଏଚ୍‌ଏଫ୍‌ଏଲ୍‌ର ଫ୍ରଡ୍ ସମ୍ପର୍କରେ ପିଏନ୍ ସଷ୍ଟ କରିଥିବାବେଳେ ଏବେ ଆରବିଆଇ କଣ ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା । କେବଳ ଏତିକି ନୁହେଁ ଡିଏଚ୍‌ଏଫ୍‌ଏଲ୍ ଅନେକ ଘୋଟାଲାରେ ସାମିଲ ଥିବା ଜଣାପଡ଼ିଛି । ୟେସ୍ ବ୍ୟାଙ୍କ ଲୋନ ହେରଫେର୍ ଘଟଣାରେ ମଧ୍ୟ କମ୍ପାନୀ ସମ୍ପୃକ୍ତ ଥିବା ସୂଚନା ମିଳିଛି ।

ମତାମତ ଦିଅନ୍ତୁ ।