ପୋଡିୟମ ଉପରକୁ ବିଜେପି ବିଧାୟକ ଚପଲ ଫିଙ୍ଗିଲେ

ଭୁବନେଶ୍ଵର : ବିଧାନସଭାରେ ଆଜି ବିରୋଧୀ ସୀମା ଟପିଯାଇଛନ୍ତି। ହଟ୍ଟଗୋଳ ମଧ୍ୟରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚପଲ ଫିଙ୍ଗିଛନ୍ତି। ସେହି ଦଳର ବିଧାୟକ ମୋହନ ମାଝୀ ଇୟରଫୋନ୍ ଓ କାଗଜ ଫିଙ୍ଗିଥିବା ଦେଖିବାକୁ ମିଳିଛି।

ଶନିବାର ବିଧାନସଭାରେ ଗୃହ କାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ ପରିଲକ୍ଷିତ ହୋଇଥିଲା। କଂଗ୍ରେସ ସଦସ୍ୟ ଖଣି ଦୁର୍ନୀତି ପ୍ରସଙ୍ଗରେ ଦେଇଥିବା ମୂଳତନୀ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ଦାବି କରିଥିଲେ। କିନ୍ତୁ ବାଚସ୍ପତି ଏଥିପାଇଁ ଅନୁମତି ଦେଇନଥିଲେ। ଏହାକୁ ନେଇ କଂଗ୍ରେସ ବିଧାୟକମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। ଏହି ପ୍ରସଙ୍ଗକୁ ସମର୍ଥନ ଜଣାଇ ବିଜେପି ବିଧାୟକମାନେ ସେମାନଙ୍କ ସହିତ ସାମିଲ ହୋଇଥିଲେ। ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ବାଚସ୍ପତି ଗୃହକୁ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ପରେ ସଂଶୋଧିତ ଲୋକାୟୁକ୍ତ ବିଲ୍ ୨୦୨୧କୁ ଗୃହୀତ ହୋଇଥିଲା। ଏହାର ପ୍ରତିବାଦରେ ବିଜେପି ସଦସ୍ୟମାନେ ଗୃହରେ ହଟ୍ଟଗୋଳକୁ ଜୋରଦାର କରିବା ସହିତ ପୋଡିୟମ୍ ଉପରକୁ ଚପଲ ଫିଙ୍ଗିଥିଲେ।

Leave a Reply

Your email address will not be published. Required fields are marked *

Back to top button