ପୋଇ ଶାଗରେ ଅନେକ ଗୁଣ ରହିଛି

ଭାରତରେ ଅନେକ ପ୍ରକାର ଶାଗ ମଧ୍ୟରେ ରହିଛି ପୋଇ। ଏହି ଶାଗ ଶରୀରରେ ଆଇରନର ଅଭାବ ଦୂର କରିଥାଏ। ହୃଦୟ ଓ ମସ୍ତିସ୍କକୁ ସୁସ୍ଥ ରଖେ। ନିୟମିତ ପୋଇ ଶାଗ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର। ଆସନ୍ତୁ ଜାଣିବା ସେ ସମ୍ପର୍କରେ।

୧. ପୋଇ ଶାଗ ଫାଇବର ଭଳି ପୋଷାକ ତତ୍ତ୍ୱରେ ଭରପୁର। ଏହା ଶରୀରରେ ବ୍ୟାଡ଼ କୋଲେଷ୍ଟ୍ରୋଲକୁ କମ କରିବା ସହିତ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ରକ୍ତ ସଞ୍ଚାଳନରେ ସୁଧାର ଆଣିଥାଏ। ଯାହାଫଳରେ ହୃଦୟ ସହ ଜଡିତ ରୋଗର ଆଶଙ୍କା କମ ରହେ। ଏହାଛଡା ଏଥିରେ ରହିଥିବା ପୋଟାସିୟମ ରକ୍ତଚାପ ନିୟନ୍ତ୍ରଣ କରେ।

୨. ଆଇରନ୍ ବ୍ଲଡ଼୍ ସେଲର ଉଚିତ ଉତ୍ପାଦନର ଏକ ମହତ୍ତ୍ୱପୂର୍ଣ୍ଣ ତତ୍ତ୍ୱ। ଆଇରନ୍ ଅଭାବ ଯୋଗୁଁ ହେମୋଗ୍ଲୋବିନ୍ ଉତ୍ପାଦନ ପ୍ରଭାବିତ ହୋଇଥାଏ ଯେଉଁଥିପାଇଁ ଏନିମିଆ ହେବାର ଆଶଙ୍କା ଥାଏ।
୩. ପୋଇ ଶାଗରେ ମ୍ୟାଗନେସିୟମ୍ ଓ କ୍ୟାଲସିୟମ୍ ଭରପୁର ରହିଛି। ଏ ଦୁଇଟି ପୋଷାକ ତତ୍ତ୍ୱ ହାଡ ମଜବୁତ କରିବାରେ ସାହାଯ୍ୟ କରେ। ନିୟମିତ ସେବନ ଦ୍ୱାରା ହାଡ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ଏହା ଭିଟାମିନ୍-ସିର ଏକ ପ୍ରମୁଖ ସ୍ରୋତ। ଯେଉଁଥିପାଇଁ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।

୪. ଅନିଦ୍ରା ସମସ୍ୟା ପାଇଁ ପୋଇ ଶାଗ ବହୁତ ଲାଭଦାୟକ। ରାତିରେ ନିଦ ହେଉନାହିଁ କିମ୍ବା ଅନିଦ୍ରା ସମସ୍ୟା ରହିଛି ତା’ହେଲେ ନିୟମିତ ପୋଇ ଶାଗ ସେବନ କରିପାରିବେ। ପୋଇ ଶାଗରେ ମ୍ୟାଗନେସିୟମ ଜିଙ୍କର ଗୁଣ ରହିଛି ଯାହା ନିଦ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ
୫. ପୋଇ ଶାଗରେ ରହିଥିବା ବହୁ ମାତ୍ରାରେ ଫାଇବର ପାଚନ ତନ୍ତ୍ରକୁ ମଜବୁତ କରିଥାଏ। ସୁସ୍ଥ ପାଚନ ପ୍ରଣାଳୀ ପାଇଁ ପୋଇ ଶାଗ ସେବନ କରିପାରିବେ। ପୋଇ ପେଟ ଜନିତ ସମସ୍ୟା ଦୂର କରିବା ସହିତ ଓଜନ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।