ପୋଲିସ ଯେତେବେଳେ ଚାହିଁବ ମସଜିଦ୍ ଓ ମନ୍ଦିରକୁ ବନ୍ଦ କରିପାରିବ

ନୂଆଦିଲ୍ଲୀ : ସାରା ବିଶ୍ବରେ ଇସଲାମିକ୍‌ ଆତଙ୍କୀ ହିଂସା ବୃଦ୍ଧି ପାଇବାରେ ଲାଗିଛି । ଅନେକ ଦେଶରେ ଆତଙ୍କବାଦର ମୂଳତ୍ପାଟନ କରିବା ପାଇଁ ନୂଆ ନୂଆ ଆଇନ ମଧ୍ୟ ଲାଗୁ କରାଯାଉଛି । ଏବେ ଫ୍ରାନ୍ସ ମଧ୍ୟ ଏହି ଦିଗରେ ଆଉ ଏକ ପାଦ ଆଗକୁ ବଢିଛି । ଦେଶରେ ବଢିଚାଲିଥିବା ଇସଲାମିକ୍‌ ଆତଙ୍କବାଦକୁ ଶେଷ କରିବା ପାଇଁ ଏକ ନୂଆ ଆଇନକୁ ମଞ୍ଜୁରୀ ମିଳିଛି ।

ଏହି ଆଇନ ବଳରେ ଏବେ ଫ୍ରାନ୍ସ ପୋଲିସକୁ ସ୍ବତନ୍ତ୍ର କ୍ଷମତା ମିଳିଛି । ତେବେ ଏହି ସ୍ବତନ୍ତ୍ର କ୍ଷମତା ବଳରେ ପୋଲିସ ଯେତେବେଳେ ଚାହିଁବ ମସଜିଦ୍‌ ଏବଂ ମଦ୍ରାସାଗୁଡିକୁ ବନ୍ଦ କରିପାରିବ । ଏହା ବାଦ ଏକରୁ ଉର୍ଦ୍ଧ୍ବ ବିବାହ କିମ୍ବା ଜବରଦସ୍ତ ବିବାହକୁ ଆଇନ ଅନୁଯାୟୀ ଅପରାଧ ଘୋଷଣା କରାଯାଇଛି । ଏହି ସ୍ବତନ୍ତ୍ର ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଫ୍ରାନ୍ସ ସଂସଦର ତଳ ସଦନରେ ବହୁମତି ମିଳିଛି ।  

ଏହି ଆଇନକୁ ଲାଗୁ କରିବା ପାଇଁ ରାଷ୍ଟ୍ରପତି ଇମାନୁଏଲ ମେକ୍ରୋଂଙ୍କ ଲା ରିପବ୍ଲିକ୍‌ ଇଏନ୍‌ ମାର୍ଚେ ଦଳ ଦେଶବ୍ୟାପି ଅନେକ ରାଲିୁ ମଧ୍ୟ କରିଛି । ଫଳ ସ୍ବରୂପ ଫ୍ରାନ୍ସର ନେସନାଲ ଆସେମ୍ବଲିରେ ହୋଇଥିବା ଭୋଟ ଗ୍ରହଣରେ ମୋଟ ୩୪୭ ସଦସ୍ୟ ଏହି ଆଇନ ସପକ୍ଷରେ ଭୋଟ ଦେଇଛନ୍ତି । ଏହି ଆଇନ ବିରୁଦ୍ଧରେ ଭୋଟ ଦେଇଛନ୍ତି ୧୫୧ ଜଣ ସଦସ୍ୟ । ତେଣୁ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ନୂଆ ଆଇନକୁ ମଞ୍ଜୁରୀ ମିଳିଛି ।

Leave a Reply

Your email address will not be published. Required fields are marked *

Back to top button