କାନପୁର : ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍ଷ୍ଟର୍ ବିକାଶ ଦୁବେ ପୋଲିସ ଏନ୍କାଉଣ୍ଟରରେ ନିହତ ହୋଇଛି। ବିକାଶ ଖସି ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ଉତ୍ତର ପ୍ରଦେଶ ସ୍ପେସାଲ୍ ଟାସ୍କ୍ ଫୋର୍ସ ପକ୍ଷରୁ ଗୁଳି ଚଳାଯାଇଥିଲା। ଏଥିରେ ବିକାଶର ମୃତ୍ୟୁ ଘଟିଥିବା ଜଣାପଡିଛି।
ଖବର ଅନୁଯାୟୀ ଶୁକ୍ରବାର ଉତ୍ତର ପ୍ରଦେଶ ଏସଟିଏଫ ବିକାଶକୁ କାନପୁର ନେବାବେଳେ ବାଟରେ ପୋଲିସ୍ର ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କାନପୁରର ବାରାଠାରେ କାର ଓଲଟି ପଡ଼ିବାରୁ ଏହାର ସୁଯୋଗ ନେଇ ବିକାଶ ଖସିଯିବାକୁ ଚେଷ୍ଟା କରିବାରୁ ପୋଲିସ ଏନକାଉଣ୍ଟର କରିଥିବା କୁହାଯାଉଛି। ଏହି ଏନକାଉଣ୍ଟରରେ ଦୁଇଜଣ ପୋଲିସ୍ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ଗୁଳିମାଡ଼ ପରେ ବିକାଶକୁ ହସ୍ପିଟାଲ ନିଆଯାଉଥିଲା। କିନ୍ତୁ ଅଧା ବାଟରେ ମୃତ୍ୟୁ ଘଟିଥିବା ଜଣାପଡିଛି।