ପୋଲିସ ସେବା ଭବନ ୪୮ଘଣ୍ଟା ବନ୍ଦ

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ପୋଲିସ ସେବା ଭବନକୁ ୪୮ ଘଣ୍ଟା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଜୁଲାଇ ୧୧ ସକାଳ ୯ଟାରୁ ୧୩ ତାରିଖ ସକାଳ ୯ଟା ଯାଏଁ ପୋଲିସ ସେବା ଭବନ ବନ୍ଦ ରହିବ। ୪୮ ଘଣ୍ଟା ଯାଏଁ କାର୍ଯ୍ୟାଳୟକୁ କର୍ମଚାରୀ ଓ ଅନ୍ୟ ଲୋକଙ୍କ ପ୍ରବେଶ ପାଇଁ ଅନୁମତି ନାହିଁ। ଏହି ସମୟରେ ପୋଲିସ ସେବା ଭବନକୁ ସାନିଟାଇଜ କରାଯିବ। ଦ୍ଵିତୀୟ ଶନିବାର ଓ ରବିବାର ଦିନ ପୋଲିସ ସେବା ଭବନ ବନ୍ଦ ରହିବ। ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି କମିଶନରେଟ ପୋଲିସ।

ମତାମତ ଦିଅନ୍ତୁ ।