ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଛାତ୍ରଙ୍କ ଗଳା କାଟିଦେଲେ ମାଓବାଦୀ

ମାଲକାନଗିରି : ମାଓବାଦୀଙ୍କ ନାରକୀୟ କାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ଦୁଇଜଣ ଜଣଙ୍କ ଗଳାକାଟି ହତ୍ୟା କରିଛନ୍ତି। ଏହି ଘଟଣା ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ଘଟିଛି।

ଖବର ଅନୁଯାୟୀ ସୀମାନ୍ତ ସୁକମା ଜିଲ୍ଲାରେ ପୁଣି ଲାଲ୍ ବାହିନୀର ହିଂସାକାଣ୍ଡ ଦେଖିବାକୁ ମିଳିଛି। ପୋଲିସ ଇନଫର୍ମର ସନ୍ଦେହରେ ତାତି ହଡମା ଓ ମାଡକାମି ଅର୍ଜୁନ ନାମକ ଦୁଇ ଛାତ୍ରଙ୍କୁ ଗଳା କାଟି ହତ୍ୟା କରିଛନ୍ତି। ସେମାନଙ୍କ ମୃତଦେହ ଜାଗରକୋଣ୍ଡା ଥାନା ଅନ୍ତର୍ଗତ ମିଲମପାଲ୍ଲି ଜଙ୍ଗଲ ରାସ୍ତାରୁ ଉଦ୍ଧାର ହୋଇଛି। ଏ ଦୁଇଜଣଙ୍କୁ ହତ୍ୟା କରିବା ପରେ ଘଟଣାସ୍ଥଳରେ ହାତ ଲେଖା ପୋଷ୍ଟର ଛାଡି ଯାଇଛନ୍ତି। ଯେଉଁଥିରେ ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ଉଲ୍ଲେଖ ରହିଛି।

Leave a Reply

Your email address will not be published. Required fields are marked *

Back to top button