ପୋଲିସ କହୁଛି ଓସ୍ତଗଛ ମୂଳେ ବସିଯାଅ ଅକ୍ସିଜେନ୍‌ ସ୍ତର ବଢ଼ିଯିବ

ପ୍ରୟାଗରାଜ : ଦେଶରେ ଅକ୍ସିଜେନ୍‌ ଅଭାବ ଅନେକ ଲୋକଙ୍କ ମୃତ୍ୟୁର କାରଣ ହୋଇଛି। ବିଭିନ୍ନ ଡାକ୍ତରଖାରେ ଲୋକଙ୍କର ଆକୁଳ ନିବେଦନ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ଏପରି ସଙ୍କଟ ସମୟରେ ଉତ୍ତର ପ୍ରଦେଶ ପ୍ରୟାଗରାଜ ପୋଲିସ ଅକ୍ସିଜେନ୍‌ ପାଇଁ ବିକଳ ହେଉଥିବା କରୋନା ରୋଗୀଙ୍କୁ ଦେଇଛି ବିଚିତ୍ର ପରାମର୍ଶ। ଅକ୍ସିଜେନ୍‌ ସ୍ତର ବୃଦ୍ଧି ପାଇଁ ଓସ୍ତଗଛ ମୂଳେ ବସିବାକୁ ପୋଲିସ କହିବାରୁ ଏପରି କଥା ଶୁଣି ରୋଗୀଙ୍କ ଆତ୍ମୀୟମାନେ ଚକିତ ହୋଇଛନ୍ତି।

ରୋଗୀଙ୍କ ଆତ୍ମୀୟମାନେ କାନ୍ଦି କାନ୍ଦି ଗଣମାଧ୍ୟମକୁ କହିଛନ୍ତି ଡାକ୍ତରଖାନାରେ ଗହଳି ନ କରି ଘରେ ରହିବାକୁ ଆମକୁ ପରାମର୍ଶ ଦିଆଯାଉଛି। କିନ୍ତୁ ଘରେ ରହିଲେ ରୋଗୀମାନଙ୍କ ପାଇଁ ଅକ୍ସିଜେନ୍‌ ଆବଶ୍ୟକ। ସେମାନଙ୍କ ପାଇଁ ଅକ୍ସିଜେନ୍‌ କେଉଁଠୁ ଆଣିବୁ। ଆମେ ଯେଉଁଠିକୁ ଯାଉଛୁ ସେମାନେ ଆମକୁ ବିଦା କରି ଦେଉଛନ୍ତି। ଡାକ୍ତରଖାନା ଓ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ସବୁ ଫାଟକ ବାହାରେ ବୋର୍ଡ ଲଗାଯାଇଛି। ଭିତରକୁ ଯିବାକୁ ପୋଲିସକୁ ଅନୁମତି ମାଗିବାରୁ ସେମାନେ ଆମକୁ ଘଉଡ଼ାଇ ଦେଲେ ବୋଲି ପ୍ରୟାଗରାଜର ଜଣେ ଯୁବକ ଅଭିଯୋଗ କହିଛନ୍ତି।

ଯୁବକଜଣକ କହିଛନ୍ତି ଅକ୍ସିଜେନ୍‌ ପାଇଁ କୁଆଡ଼େ ଯିବୁ ବୋଲି ପଚାରିଲେ ଉତ୍ତର ମିଳୁନି। ସାହାଯ୍ୟ ପାଇଁ ଆମେ ପ୍ରୟାଗରାଜରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ମେଦାନ୍ତ ଓ ଆପୋଲୋ ଆଦି ସବୁ ଡାକ୍ତରଖାନା ବୁଲି ଆସିଲୁଣି। କେହି ଆମକୁ ଭିତରକୁ ଛାଡୁନାହାନ୍ତି। ଆମେ କୁଆଡ଼େ ଯିବୁ। ସେହିପରି ଅନ୍ୟ ଜଣେ ରୋଗୀଙ୍କ ଆତ୍ମୀୟ କହିଛନ୍ତି ଓସ୍ତଗଛ ମୂଳେ ବସିଯାଅ ଅକ୍ସିଜେନ୍‌ ବଢ଼ିଯିବ ବୋଲି ପୋଲିସ ସମସ୍ତଙ୍କୁ ପରାମର୍ଶ ଦେଉଛି।

Leave a Reply

Your email address will not be published. Required fields are marked *

Back to top button