ପୋଲିସ କର୍ମଚାରୀ ଓ ପୁଅଙ୍କ ନାଁରେ ବଧୂହତ୍ୟା ଅଭିଯୋଗ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଯୌତୁକ ପାଇଁ ବଧୂହତ୍ୟା। ତମାଣ୍ଡୋ ଥାନା ପୋଲିସ କର୍ମଚାରୀ ବିଜୟ କୁମାର ଗୋଛାୟତ ଓ ତାଙ୍କ ପୁଅ ଯାମିନୀ ଗୋଛାୟତଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି। ବାପ-ପୁଅ ମିଶି ମାରି ଦେଇଥିବା ଯାମିନୀଙ୍କ ଶ୍ୱଶୁର ଘର ଲୋକେ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁକରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି।

ଯାମିନୀଙ୍କ ଶ୍ୱଶୁର ଘର ଅଭିଯୋଗ ହେଲା ସେମାନଙ୍କ ଝିଅ ବେହୋସ ହୋଇଯାଇଛି ଓ ତାଙ୍କୁ ହସ୍ପିଟାଲ ନିଆଯାଇଛି ବୋଲି ପ୍ରଥମେ ଜ୍ୱାଇଁ ଜଣାଇଥିଲେ। ହେଲେ ପରେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିବା ଓ ମୃତଦେହକୁ କ୍ୟାପିଟାଲ୍ ହସ୍‌ପିଟାଲ୍ ନିଆଯାଇଥିବା କହିଥିଲେ। ଝିଅର ବେକରେ ଦଉଡ଼ି ଭିଡ଼ିଲା ଭଳି ଚିହ୍ନ ରହିଥିଲା ଓ ଶରୀର ନୀଳ ପଡ଼ିଯାଇଥିଲା ବୋଲି ସେମାନେ କହିଛନ୍ତି। ଗତ ଫେବ୍ରୁଆରୀରେ ବାହାଘର ହୋଇଥିଲା। ତେବେ ଅଧିକ ଯୌତୁକ ଦାବିକରି ଝିଅକୁ ଯାମିନୀଙ୍କ ପରିବାର ଲୋକେ ନିର୍ଯାତନା ଦେଉଥିଲେ। ଏହି ଘଟଣାର ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ଝିଅ ଘର ଲୋକେ ଦାବି କରିଛନ୍ତି।

ମତାମତ ଦିଅନ୍ତୁ ।