ପୋଲିସ ଓ ସାମ୍ବାଦିକଙ୍କୁ ପିଟି ୮ ବନ୍ଧା ହେଲେ

କେନ୍ଦ୍ରାପଡ଼ା : କର୍ତ୍ତବ୍ୟରତ ପୋଲିସ ଓ ସାମ୍ବାଦିକଙ୍କୁ ଆକ୍ରମଣ କରିବା ଅଭିଯୋଗରେ କେନ୍ଦ୍ରାପଡ଼ା ସହରର ଦୁଇ ଡାକ୍ତଙ୍କ ସମେତ ୬ କର୍ମଚାରୀ ଗିରଫ ହୋଇଛନ୍ତି।

ଖବର ଅନୁଯାୟୀ ଗତକାଲି କେନ୍ଦ୍ରାପଡ଼ା ସହରରେ ଥିବା ଏକ ଘରୋଇ ନର୍ସିଂହୋମ୍‌ ସମ୍ମୁଖରେ ଗହଳି ହୋଇଥିଲା। ଜଣେ ସାମ୍ବାଦିକ ଏହାର ଫଟୋ ଉଠାଇ ଦେଇଥିଲେ। ଏହି ସମୟରେ ଉକ୍ତ ନର୍ସିଂହୋମ୍‌ ମାଲିକଙ୍କ ଦୁଇ ଡାକ୍ତର ପୁଅ ଦେବାଶିଷ ସାହୁ ଓ ଶିବାଶିଷ ସାହୁ ସେଠାରେ ପହଞ୍ଚି ଫଟୋ କାହିଁକି ଉଠାଇଲ ବୋଲି କହି ଆକ୍ରମଣ କରିଥିଲେ। ଏଥିରେ ସାମିଲ ହୋଇଥିଲେ ନର୍ସିଂହୋମ୍‌ ଷ୍ଟାଫ୍‌।

ଖବର ପାଇ କେନ୍ଦ୍ରାପଡ଼ା ଟାଉନ ଥାନା ପୋଲିସ ପହଞ୍ଚିବା ପରେ ସେମାନଙ୍କ ସହିତ ଡାକ୍ତର ଦୁଇଭାଇ ଯୁକ୍ତିତର୍କ ଓ ଧସ୍ତାଧସ୍ତି କରିଥିଲେ। ପୋଲିସ ଏସ୍‌ଆଇଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଘଟଣା କ୍ରମଶଃ ଉଗ୍ର ରୂପ ଧାରଣ କରିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ରାତିରେ ଡାକ୍ତର ଦୁଇଭାଇଙ୍କ ସମେତ ୮ ଜଣଙ୍କୁ ଗିରଫ କରିଥିଲା। ଆଜି ସକାଳେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।