ପୋଲିସକୁ ଅଟକ ରଖିଲେ ଗାଁ ଲୋକ

ନିମାପଡା : ପୁରୀ ଜିଲ୍ଲା ଗୋପ ଥାନାର ଦୁଇ ଏସ୍‌ଆଇଙ୍କ ସମେତ ୧୦ଙ୍କୁ ରେଢୁଆ ଗାଁ’ ଲୋକେ ଅଟକ ରଖିଲେ। ଗତକାଲି ବଲମ୍ବିତ ରାତିରେ ଚୋର ଧରିବା ପାଇଁ ଯାଇ ଏଇ ପୋଲିସ କର୍ମଚାରୀମାନେ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଏକ ଚୋରି ଘଟଣାର ତଦନ୍ତ ପାଇଁ ଗୋପ ଥାନାର ଦୁଇ ଜଣ ଏଏସଆଇଙ୍କ ସମେତ ୧୦ ପୋଲିସ କର୍ମଚାରୀ ରେଢୁଆ ଗ୍ରାମକୁ ଗତକାଲି ବିଳମ୍ବିତ ରାତିରେ ଯାଇଥିଲେ। କିନ୍ତୁ ଅଭିଯୋଗଟି ଥିଲା ମିଥ୍ୟା। ଏହା ଜାଣି ମଧ୍ୟ ପୋଲିସ ବିଳମ୍ବିତ ରାତିରେ ଗାଁ’ରେ ପହଞ୍ଚି ଥିବାରୁ ଲୋକେ ତାତିଥିଲେ। କାହିଁକି ଆସିଲ ଲୋକେ ପ୍ରଶ୍ନ କରିବା ସହିତ ଗାଁର ମହିଳାଙ୍କ ସମେତ ଶତାଧିକ ଲୋକ ପୋଲିସର ୨ଟି ଜିପ୍‌କୁ ଅଟକ ରଖିଥିଲେ। ଆଜି ସକାଳୁ ନିମାପଡା ଏସଡିପିଓ ପ୍ରଦୀପ କୁମାର ଦଳେଇଙ୍କ ସମେତ କୋଣାର୍କ, ନିମାପଡା, କାକାଟପୁର ଥାନା ଆଇସି ଓ ଏକ ପ୍ଲାଟୁନ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏସଡିପିଓ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ଗ୍ରାମବାସୀ ଅଟକ ପୋଲିସ କର୍ମଚାରୀଙ୍କୁ ଛାଡିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।