ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ : ଏସପିଙ୍କୁ ଗୁହାରି କଲେ ଦମ୍ପତ୍ତି

ଚଣ୍ଡିଖୋଲ : ଘରେ ପଶି ଆସବାବ ପତ୍ର ଭଙ୍ଗାରୁଜା କରିବା ସହିତ ଧମକ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଶୁନ। ଧର୍ମଶାଳା ପୋଲିସର ନୀରବତା ଯୋଗୁ ନ୍ୟାୟ ପାଇଁ ଯାଜପୁର ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଗୁହାରି କରିଛନ୍ତି ଆରୁହା ପଞ୍ଚାୟତ ନାନପୁର ଗ୍ରାମର ଦିଲ୍ଲୀପ କର ଓ ତାଙ୍କ ପତ୍ନୀ।

ଖବର ଅନୁଯାୟୀ ଗତ ୨୭ ତାରିଖ ଦିନ ଦିଲ୍ଲୀପଙ୍କ ଘରେ କେତେଜଣ ବ୍ୟକ୍ତି ପଶି ତାଙ୍କ ପତ୍ନୀ, ପୁଅ ଓ ଝିଅଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ଏ ନେଇ ଦିଲ୍ଲୀପ ଧର୍ମଶାଳା ଥାନାରେ ଏତଲା ଦେଇଥିଲେ। ପୋଲିସ ମାମଲା ରୁଜୁ କରିଛି। କିନ୍ତୁ ଆଜିଯାଏ କାହାରିକୁ ଧରିପାରୁନି। ଫଳରେ ତାଙ୍କ ପରିବାର ପ୍ରତି ବିପଦ ଥିବା ଦର୍ଶାଇ ଦିଲ୍ଲୀପ ଏସପିଙ୍କୁ ଜଣାଇଛନ୍ତି। ଦାବି କରିଛନ୍ତି ଦୁର୍ବୃତ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଉ।

ମତାମତ ଦିଅନ୍ତୁ ।