ପୋଲିସର ମାଡ଼ ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ବାଲିଗୁଡା : ପୋଲିସର ମାଡ଼ ପ୍ରତିବାଦରେ ଦଣ୍ଡପଦର ଗାଁ ଲୋକଙ୍କ ଜାତୀୟ ରାଜପଥ ଅବରୋଧ। ବାଲିଗୁଡା ଏସଡିପିଓ ମନୋଜ ପୂଜାରୀ ଘଟଣା ସ୍ଥଳରେ ପହଂଚି ବୁଝାସୁଝା କରିବା ପରେ ଲୋକେ ରାସ୍ତା ଅବରୋଧରୁ ହଟିଥିବା ଜଣାପଡିଛି।

ଖବର ଅନୁଯାୟୀ ବାଲିଗୁଡା ଥାନା ଅନ୍ତର୍ଗତ ଦଣ୍ଡପଦର ଗାଁର ହରିହର ନାୟକକୁ ଚାରିବର୍ଷ ହେଲା ଗ୍ରାମବାସୀ ଜମିବାଡି଼ ବିବାଦକୁ ନେଇ ସାମାଜିକ ବାସନ୍ଦ କରିଥିଲେ। ଗ୍ରାମର ଯିଏ କଥାବାର୍ତ୍ତା କରିବ ଜରିମାନା ଦେବ ବୋଲି ଗ୍ରାମ୍ୟ କମିଟି ନିଷ୍ପତ୍ତି ନେଇଥିଲା। ହରିହର ବାଲିଗୁଡା ଥାନାର ଦ୍ୱାରସ୍ଥ ପରେ ଉଭୟ ପକ୍ଷ ମଧ୍ୟରେ ରାଜିନାମା ହୋଇଥିଲା। ସୋମବାର କୌଣସି କଥାକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହେବାରୁ ବିଳମ୍ବିତ ରାତିରେ ଗ୍ରାମବାସୀମାନେ ମାରଣାସ୍ତ୍ର ଧରି ହରିହରଙ୍କ ପରିବାରକୁ ଆକ୍ରମଣ କରିଥିଲେ। ହରିହରଙ୍କ ପୁଅ ବାଲିଗୁଡା ଥାନାକୁ ଜଣାଇବାରୁ ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ଗ୍ରାମବାସୀ ଆକ୍ରମଣ କରିଥିଲେ।

  ବଙ୍ଗଳା ଅଭିନେତ୍ରୀ ଟିଏମସି ଛାଡିବେ

ଏହି ଘଟଣା ପରେ ପୋଲିସ ଅଧିକ ସଂଖ୍ୟକ ଫୋର୍ସକୁ ନେଇ ବାସନ୍ଦ ପରିବାରକୁ ଉଦ୍ଧାର କରିବା ସହିତ କିଛି ଉତ୍ୟକ୍ତ ଲୋକଙ୍କୁ ମାଡ ମାରିଥିଲା। ଏଥିରେ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛିl ଏହାର ପ୍ରତିବାଦରେ ଗାଁ’ର ଶତାଧିକ ଲୋକେ ରାଜପଥକୁ ଅବରୋଧ କରି ମାଡ଼ ମାରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ଦାବି କରିଥିଲେl ବାଲିଗୁଡା ଏସଡିପିଓ ଘଟଣା ସ୍ଥଳରେ ପହଂଚି ବୁଝାଇବା ପରେ ରାସ୍ତା ଅବରୋଧ ହଟିଛି। ଅନ୍ୟପଟେ ବାସନ୍ଦ ପରିବାର ସୁରକ୍ଷା ପାଇଁ ପୋଲିସକୁ ନିବେଦନ କରିଥିବା ଆକ୍ରମଣ କାରୀଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତିl

ମତାମତ ଦିଅନ୍ତୁ ।