ଅଶ୍ଳୀଳ ଫିଲ୍ମ ନିର୍ଦ୍ଦେଶକ ଓ ଅଭିନେତ୍ରୀ ଗିରଫ

ନୂଆଦିଲ୍ଲୀ : ଅଶ୍ଳୀଳ ଫିଲ୍ମ ନିର୍ମାଣ କରୁଥିବା ଗ୍ୟାଙ୍ଗ୍ ସହ ଜଡିତ ଫିଲ୍ମ ସୁଟିଂ କରୁଥିବା ନିର୍ଦ୍ଦେଶକଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ଏହି ମାମଲାରେ ଏପର୍ଯ୍ୟନ୍ତ ଜଣେ ଅଭିନେତ୍ରୀଙ୍କ ସମେତ ୯ ଜଣଙ୍କୁ ଗିରଫ କରାଯାଇଛି । ପୋଲିସର ଜଣେ ବରିଷ୍ଠ ଅଧିକାରୀ ବୁଧବାର ଦିନ କହିଛନ୍ତି ଯେ, ଗତ ସପ୍ତାହରେ ଅଶ୍ଳୀଳ ଫିଲ୍ମ ନିର୍ମାଣ କରୁଥିବା ଗ୍ୟାଙ୍ଗକୁ ଧରାଯାଇଥିଲା ।

ସେ ଆହୁରି କହିଛନ୍ତି ଯେ, ୯ ଜଣ ଅଭିଯୁକ୍ତଙ୍କୁ ମଙ୍ଗଳବାର ଦିନ ଗୁଜୁରାଟର ସୁରଟରୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ଅଭିଯୁକ୍ତମାନେ ଅଭିନେତାଙ୍କ ନଗ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଉଥିଲେ । ସେଗୁଡିକୁ ଓଭର ଦ ଟପ୍ (OTT) ପ୍ଲାଟଫର୍ମକୁ ପଠାଉଥିଲେ । ଅଭିଯୁକ୍ତ ବର୍ଷେ ଧରି ଏପରି କାର୍ଯ୍ୟରେ ଲିପ୍ତ ଥିଲା । କୋର୍ଟରେ ହାଜର ପରେ ଫେବୃଆରୀ ୧୫ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଛି ।

ଗତ ସପ୍ତାହରେ ପୋଲିସର ପ୍ରପର୍ଟି ସେଲ୍ ମାଲୱାନି ଅଞ୍ଚଳର ମଢ଼ ସ୍ଥିତ ଏକ ବଙ୍ଗଳା ଉପରେ ଚଢ଼ାଉ କରି ମଡେଲ ଏବଂ ଅଭିନେତାଙ୍କ ଅଶ୍ଳୀଳ ଫିଲ୍ମ ନିର୍ମାଣ କରୁଥିବା ଗ୍ୟାଙ୍ଗକୁ ଠାବ କରିଥିଲା । ସେମାନେ ସୋସିଆଲ ମିଡ଼ିଆ ଆପ୍ ଏବଂ ୱେବ୍ ସାଇଟରେ ଏହି ଅଶ୍ଳୀଳ ଫିଲ୍ମକୁ ଅପଲୋଡ଼ କରୁଥିଲେ । ପ୍ରଥମେ ୫ ଜଣକୁ ଏବଂ ପରେ ଆଉ ୩ ଜଣଙ୍କୁ ଗିରଫ କରାଯାଇଥିଲା । ଗିରଫଙ୍କ ମଧ୍ୟରେ ଜଣେ ଅଭିନେତ୍ରୀ ଏବଂ ବିଦେଶୀ ପ୍ରଡକ୍ସନ୍ ହାଉସର ଜଣେ ପ୍ରତିନିଧି ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *

Back to top button