ପୋଷାକ ଦୋକାନ ସିଲ୍‌ ଓ ଲକ୍ଷେ ଟଙ୍କା ଜରିମାନା

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳରେ ରଜ ଓ ସାବିତ୍ରୀ ପାଇଁ ବାହାରେ ସଟର୍‌ ପକାଇ ଭିତରେ ଚାଲିଥିଲା ବେପାର। ପୋଲିସ ଓ ପ୍ରାଶାସନିକ ଅଧିକାରୀ ପହଞ୍ଚି ଦୋକାନ ସିଲ୍‌ କରିବା ସହ ଲକ୍ଷେ ଟଙ୍କା ଜରିମାନା କରିଛନ୍ତି।

ଖବର ଅନୁଯାୟୀ ଘସିପୁରାରେ ରାଜମନ୍ଦିର ଫେସନ ନାମକ ପୋଷାକ ସୋରୁମ୍‌ର ସଟର୍‌ ବନ୍ଦ ଥିଲା। କିନ୍ତୁ ଭିତରେ ଦୁଇଶହରୁ ଅଧିକ ଗ୍ରାହକ କିଣାକିଣି କରୁଥିବା ପୋଲିସକୁ ସୂଚନା ମିଳିଥିଲା। ଏ ଖବର ପାଇ ପୋଲିସ ଓ ପ୍ରଶାସନ ପକ୍ଷରୁ ଦୋକାନରେ ଚଢ଼ଉ କରାଯାଇଥିଲା। ଦୋକାନୀ ସଟର୍‌ ଖୋଲିବାରୁ ପୋଲିସ ଓ ମାଜିଷ୍ଟ୍ରେଟ୍‌ ଦାୟିତ୍ବରେ ଯାଇଥିବା ପ୍ରାଶାସନିକ ଅଧିକାରୀଙ୍କୁ ଦୀର୍ଘ ସମୟ ବାହାରେ ପେକ୍ଷା କରିବାକୁ ପଡ଼ିଥିଲା। ଆଉ ଦୋକାନ ଖୋଲିବା ପରେ ଗ୍ରାହକ ଓ ଦୋକାନୀ ବାହାରକୁ ଆସିଥିଲେ। ପ୍ରଶାସନ ପକ୍ଷରୁ ଦୋକାନକୁ ସିଲ୍‌ କରାଯାଇ ଏକଲକ୍ଷ ଟଙ୍କା ଜରିମାନା କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button