ପୋଷଣ ଆତ୍ମ ନିର୍ଭରଶୀଳତା ଉପରେ ଆଲୋଚନାଚକ୍ର : ବକ୍ତାଙ୍କ ମତ ପୁଷ୍ଟିହିଁ ସଞ୍ଜୀବନୀ

ଭୁବନେଶ୍ୱର : ପୁଷ୍ଟି ହିଁ ସଞ୍ଜୀବନୀ କାରଣ ଏହା ଆମର ପ୍ରାଣଶକ୍ତିକୁ ବଢାଇ ଆମକୁ ସଶକ୍ତ କରିବ। ଏଥିରେ ସମସ୍ତଙ୍କର ଭାଗୀଦାରିତାର ଆବଶ୍ୟକତା ରହିଛି। ପୋଷଣ ଆତ୍ମ ନିର୍ଭରଶୀଳତା ଉପରେ ଆୟୋଜିତ ରାଜ୍ୟ ସ୍ତରୀୟ ଆଲୋଚନାଚକ୍ରରେ ବିଶିଷ୍ଟ ବକ୍ତାମାନେ ଏହି ମତ ଦେଇଛନ୍ତି।

ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ପିପୁଲସ୍‍ କଲଚରାଲ ସେଣ୍ଟର (ପିକକ୍‍) ଦ୍ୱାରା ପୋଷଣ ଆତ୍ମନିର୍ଭରଶୀଳତା ଉପରେ ଏକ ରାଜ୍ୟ ସ୍ତରୀୟ ଆଲୋଚନାଚକ୍ର ଟିଡିଏଚ୍‍ (ଜି), ବିଏମଜେଡ୍‍, ଦିଶା ଓ କଜ୍‍ର ସହଯୋଗରେ ଭୁବନେଶ୍ୱର ପାନ୍ଥନିବାସ ଠାରେ ଆୟୋଜିତ ହୋଇଥିଲା। ଏଥିରେ ଯୋଗଦେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧକ୍ଷା ଶ୍ରୀମତୀ ସନ୍ଧ୍ୟାବତୀ ପ୍ରଧାନ କହିଲେ ନିରନ୍ତର ବିକାଶର କୌଣସି ବିକଳ୍ପ ନାହିଁ। ଏହା ମାଧ୍ୟମରେ ପୋଷଣ ଆତ୍ମ ନିର୍ଭରଶୀଳତା ସମ୍ଭବ ହୋଇପାରିବ। ଓଡିଶା ରାଜ୍ୟ ଖାଦ୍ୟ ଆୟୋଗର ସଦସ୍ୟା ଡଃ ସିପ୍ରା ମଲ୍ଲିକ କହିଥିଲେ ପୁଷ୍ଟି ସଞ୍ଜୀବନୀ ସଦୃଶ ଓ ଆମ ସମସ୍ତଙ୍କର ଜୀବନ ପାଇଁ ଏହା ବହୁତ ଜରୁରୀ। ମହିଳା ଓ ଶିଶୁ ବିଭାଗର ଉପଦେଷ୍ଟା ଶ୍ରୀମତୀ ସୁଲତା ଦେଓ ରାଜ୍ୟ ସରକାରଙ୍କ ବିଭିନ୍ନ ସୋପାନ ଯୋଜନା ସମ୍ପର୍କରେ ସୁଚନା ଦେଇଥିଲେ। ପ୍ରାରମ୍ଭରେ ପିକକ୍‍ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ଅନୁରାଧା ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ ଓ ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଆଲୋଚନା ଚକ୍ରର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇବା ସହ ଉଦ୍‍ଘାଟନୀ ଅଧିବେଶନକୁ ପରିଚାଳନା କରିଥିଲେ।

ଆଲୋଚନାଚକ୍ରର ଦ୍ୱିତୀୟ ଅଧିବେଶନରେ ମହିଳା ଓ ଶିଶୁ ବିଭାଗର ପରାମର୍ଶଦାତ୍ରୀ ଶ୍ରୀମତୀ ମଧୁମିତା ଦାସ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପୋଷଣର ପୁର୍ବତନ ଯୁଗ୍ମ ନିର୍ଦ୍ଦେଶକ ଡଃ ବିଶ୍ୱରଞ୍ଜନ ପଣ୍ଡା ଓ ବୈତରଣୀ ଇନିସିଏଟିଭର ରାଜ୍ୟ ସଂଯୋଜକ ଦୀପକ କୁମାର ମିଶ୍ର ପ୍ରମୁଖ ବିଶେଷଜ୍ଞମାନେ ସ୍ଥାନୀୟ ପରିବେଷର ଖାଦ୍ୟ ଓ ଏହାର ପୁଷ୍ଟିକର ଉପାଦେୟ, ପୋଷଣ, ସନ୍ତୁଳିତ ଆହାର, ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି, ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଅଧିବେଶନର ପରିଚାଳନା କରିଥିଲେ ସମାଜସେବୀ ବିନାୟକ ସ୍ୱାଇଁ। ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାର ପ୍ରାୟ ୧୦୦ ଜଣ ପ୍ରତିନିଧି ଭାଗ ନେଇଥିଲେ।

Leave a Reply

Your email address will not be published. Required fields are marked *

Back to top button