ପ୍ରବଳ ବର୍ଷା: ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍ ବାତିଲ୍

ଭୁବନେଶ୍ୱର : ମୁମ୍ବାଇରେ ଦୁଇଦିନ ଲାଗି ରହିଛି ପ୍ରବଳ ବର୍ଷା। ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଆହୁରି ୬ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଭୁବନେଶ୍ୱରରୁ ମୁମ୍ବାଇକୁ ଯାତ୍ରା କରୁଥିବା କୋଣାର୍କ ସ୍ପେଶାଲ୍ ଏକ୍ସପ୍ରେସ୍ ବାତିଲ୍ ହୋଇଥିବା ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ମୁମ୍ବାଇ ଉପ-ସହରାଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ସ୍ପେଶାଲ ଏକ୍ସପ୍ରେସକୁ ଗତକାଲି ବାତିଲ କରିଦିଆଯାଇଥିଲା।

ମତାମତ ଦିଅନ୍ତୁ ।