ପ୍ରବାସୀଙ୍କ ପାଇଁ ଗାଇଡ଼ଲାଇନ କରିବାକୁ ବିଚାର କରାଯାଉଛି : ମନ୍ତ୍ରୀ ସୁଶାନ୍ତ ସିଂହ

ଭୁବନେଶ୍ଵର : ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। କେତେକ ରାଜ୍ୟରେ ସ୍ଥିତି ବିଗୁଡୁଥିବାରୁ ସେଠାରେ ରହିଥିବା ପ୍ରବାସୀମାନେ ନିଜ ରାଜ୍ୟକୁ ଫେରିବା ଆରମ୍ଭ କଲେଣି। ଓଡ଼ିଶା ଫେରିବା ପ୍ରସଙ୍ଗରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି କିଛି ସ୍ଥାନରେ ଓଡ଼ିଶା ଆସୁଥିବା ପ୍ରବାସୀମାନଙ୍କର ଟେଷ୍ଟିଂ କରାଯାଉଛି। ଆଗକୁ ସେମାନଙ୍କ ପାଇଁ ଏକ ଗାଇଡ଼ଲାଇନ କରିବାକୁ ବିଚାର କରାଯାଉଛି। କିଛି ରାଜ୍ୟରେ ମାତ୍ରାଧିକ ସଂକ୍ରମଣ ହେଉଥିବାରୁ ସମ୍ପୃକ୍ତ ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କ ସକାଶେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

ସେ କହିଛନ୍ତି ସୀମାନ୍ତ ଚେକିଂ ପଏଣ୍ଟରେ ଜୋରସୋରରେ ଯାଞ୍ଚ କରାଯାଉଛି। ଯେଉଁମାନେ ନେଗେଟିଭ ରିପୋର୍ଟ ନେଇ ଆସୁଛନ୍ତି ସେମାନଙ୍କୁ ରାଜ୍ୟ ଭିତରକୁ ଆସିବା ପାଇଁ ଅନୁମତି ଦିଆଯାଉଛି। ରିପୋର୍ଟ ନଆଣିଲେ ହୋମ ଆଇସୋଲେସନରେ ରଖାଯାଉଛି। ଏହାଛଡା ଛତିଶଗଡ଼କୁ ବସ୍ ଚଳାଚଳ ବନ୍ଦ କରଯାଇଛି। ଛତିଶଗଡ଼ ପାଇଁ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ପଜିଟିଭ ସଂଖ୍ୟା ବଢୁଥିବା କାରଣରୁ ସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଗତକାଲି ସମସ୍ତଙ୍କୁ କୋଭିଡ ନିୟମ ମାନିବା ପାଇଁ କହିଛନ୍ତି ବୋଲି ଶ୍ରୀ ସିଂହ କହିଥିଲେ।

Leave a Reply

Your email address will not be published. Required fields are marked *

Back to top button