ପ୍ରଚାର ଉପରେ କଟକଣା ଲଗାଇଲେ ନିର୍ବାଚନ ଆୟୋଗ

0

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ଉପରେ କଟକଣା ଜାରିଛନ୍ତି। ଏଣିକି ଭୋଟ୍ ଗ୍ରହଣର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ରହିବ। ଏଥିସହ ଦୈନିକ ପ୍ରଚାର ସମୟରେ ମଧ୍ୟ କାଣ୍ଟଛାଣ୍ଟ କରାଯାଇଛି।

ଆୟୋଗଙ୍କ ଅନୁଯାୟୀ ସନ୍ଧ୍ୟା ୭ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାର କରାଯିବ ନାହିଁ। ସମସ୍ତ ପ୍ରାର୍ଥୀ ଓ ରାଜନୈତିକ ଦଳ କରୋନା ଗାଇଡ୍‌ଲାଇନ୍‌ କଡାକଡି ପାଳନ କରିବେ। ଏହାର ଉଲ୍ଲଂଘନ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଲିରେ ସାମିଲ ସମସ୍ତ ଲୋକଙ୍କୁ ସାନିଟାଇଜର ଓ ମାସ୍କ ଯୋଗାଇ ଦେବା ଆୟୋଜନକାରୀଙ୍କ ଦାୟିତ୍ଵ। ଷ୍ଟାର ପ୍ରଚାରକ ଓ ପ୍ରାର୍ଥୀ ନିଜେ ମାସ୍କ ଲଗାଇବା ସହ ମସର୍ଥକଙ୍କୁ ଏମିତି କରିବାକୁ ପ୍ରେରିତ କରିବେ। ସମର୍ଥକଙ୍କୁ ସାନିଟାଇଜର ଓ ସାମାଜିକ ଦୂରତ୍ଵ ପାଳନ କରିବାକୁ ପ୍ରାର୍ଥୀମାନେ ଅପିଲ୍ କରିବେ ବୋଲି ଆୟୋଗ କହିଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବାକି ଥିବା ୩ଟି ପର୍ଯ୍ୟାୟ ଭୋଟ ନିମନ୍ତେ କଟକଣା କରାଯାଇଛି।

Leave A Reply

Your email address will not be published.