ମାର୍ଚ୍ଚ ୧୧ରୁ ପ୍ରାକ୍ଟିକାଲ୍ ପରୀକ୍ଷା

ନୂଆଦିଲ୍ଲୀ : ଆସନ୍ତା ମାର୍ଚ୍ଚ ୧୧ରୁ ଜୁନ୍ ୧୧ ପର୍ଯ୍ୟନ୍ତ ଚାଲିବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)ର ଦଶମ ଓ ଦ୍ୱାଦଶ ପ୍ରାକ୍ଟିକାଲ ପରୀକ୍ଷା । ତେଣୁ ଏଥିଲାଗି ସିବିଏସ୍ଇ ପକ୍ଷରୁ ଗାଇଡଲାନ୍ ଜାରି କରାଯାଇଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକ୍ସଟରନାଲ୍ଙ୍କ ଉପସ୍ଥିତିରେ ପ୍ରାକ୍ଟିକାଲ୍ ନିଜ ନିଜ ସ୍କୁଲରେ ପିଲାମାନେ ପ୍ରାକ୍ଟିକାଲ୍ ପରୀକ୍ଷା ଦେବେ ।
ଯଦି ଅନ୍ୟ କୌଣସି ଶିକ୍ଷକ ଦ୍ୱାରା ପ୍ରାକ୍ଟିକାଲ୍ କରାଯାଏ, ପରୀକ୍ଷା ବାତିଲ ହେବ । ତେଣୁ ଏହି ନିୟମ କୁ ନମାନିଲେ ୫୦ ହଜାର ଟଙ୍କା ଜୋରିମାନା ଦିଆଯିବ ବୋଲି କହିଛନ୍ତି ସିବିଏସ୍ଇ ପରୀକ୍ଷା ନିୟନ୍ତ୍ରକ ଡ.ସାନ୍ୟମ ଭରଦ୍ୱାଜ୍ ।
ଥିଓରି ମାର୍କ ଅନୁସାରେ ମାର୍କ ଦିଆଯିବ । ପରୀକ୍ଷା ସରିବା ମାତ୍ରେ ଠିକ ମାର୍କ, ପରୀକ୍ଷା ହଲ୍ର ଫଟୋ ଏବଂ ଉପସ୍ଥିତିକୁ ଦିଆଯାଇଥିବା ୱେବସାଇଟ୍ରେ ସେହିଦିନ ହିଁ ଅପ୍ଲୋଡ କରିବାକୁ ପଡ଼ିବ । ଫଳରେ ଯେଉଁମାନେ ପରୀକ୍ଷାରୁ ବଞ୍ଚିତ ହେବେ ସେମାନଙ୍କ ପାଇଁ ସେହି ଭିତରେ ଆଉ ଥରେ ପରୀକ୍ଷା ଦେବା ପାଇଁ ସମୟ ଧାର୍ଯ୍ୟ କାରାଯିବ ।