ପ୍ରଧାନମନ୍ତ୍ରୀ ଆବାସ ଗୃହରେ କେବଳ ଏହି ଯୋଜନାର ଲୋଗୋ ଲାଗିବ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଗୃହରେ କେବଳ ଏହି ଯୋଜନାର ଲୋଗୋ ଲାଗିବ। ଏନେଇ କେନ୍ଦ୍ର ଗ୍ରାମୀଣ ବିକାଶ ବିଭାଗ ପ୍ରମୁଖ ସଚିବ ନଗେନ୍ଦ୍ର ନାଥ ସିହ୍ନା ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅବଗତ କରିଛନ୍ତି।

ଶ୍ରୀ ସିହ୍ନା ଗତକାଲି ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ରୀୟ ଯୋଜନାରେ ରାଜ୍ୟ ଯୋଜନାର ଲୋଗୋ ଲାଗିବା ଅନୁମୋଦିତ ନୁହେଁ। ତେଣୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘରେ ଏହି ଯୋଜନାର ଅଫିସିଆଲ୍ ଲୋଗୋ ଲଗାଇବାକୁ ସେ କହିଛନ୍ତି।

ସୂଚନାଯୋଗ୍ୟ ରାଜ୍ୟରେ ପ୍ରଧାନନମନ୍ତ୍ରୀ ଆବାସ ଯୋଜନାରେ ଲୋକଙ୍କୁ ମିଳିଥିବା ଘରେ ଏହି ଯୋଜନା ଓ ବିଜୁ ପକ୍କା ଘର ଯୋଜନାର ଲୋଗୋ ଥିବା ଷ୍ଟିକର ଲଗାଯାଉଥିଲା। ଏହାକୁ ନେଇ ଆପତ୍ତି ଉଠାଇଥିଲା ବିଜେପି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘରୁ ବିଜୁ ପକ୍କାଘର ଯୋଜନାର ଷ୍ଟିକର ହଟାଇବାକୁ ଦାବିକରି ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲା।

Leave a Reply

Your email address will not be published. Required fields are marked *

Back to top button