ପ୍ରଧାନମନ୍ତ୍ରୀ କହିଲେ କରୋନାର ପ୍ରମୁଖ ଅସ୍ତ୍ର କଣ୍ଟେନମେଣ୍ଟ, କଣ୍ଟାକ୍ଟ ଟ୍ରେସିଂ ଓ ସର୍ଭେଲାନ୍ସ

ନୂଆଦିଲ୍ଲୀ : କରୋନା ସଂକ୍ରମିତଙ୍କୁ ୭୨ ଘଣ୍ଟା ମଧ୍ୟରେ ଚିହ୍ନଟ କରାଯାଇ ପାରିଲେ ଏହାର ଭୟାବହତାକୁ ଅନେକ ପରିମାଣରେ ରୋକି ହେବ। ସେଥିପାଇଁ ଏହି ସମୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏ ପର୍ଯ୍ୟନ୍ତ ଆମର ହୋଇଥିବା ଅଭିଜ୍ଞତା ଅନୁଯାୟୀ କରୋନାର ପ୍ରମୁଖ ଅସ୍ତ୍ର ହେଉଛି କଣ୍ଟେନମେଣ୍ଟ, କଣ୍ଟାକ୍ଟ ଟ୍ରେସିଂ ଓ ସର୍ଭେଲାନ୍ସ। ତେଣୁ ଅଧିକ ଟେଷ୍ଟିଂ କରିବା ଦିଗ ଉପରେ ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ। ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି।

ମଙ୍ଗଳବାର ପୂର୍ବାହ୍ନରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କରୋନା ସ୍ଥିତିକୁ ନେଇ ଆଲୋଚନା କରିଥିଲେ। ବୈଠକରେ କର୍ଣ୍ଣାଟକାର ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଲେ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଲାଗୁଛି ଦେଶର ୮୦ ପ୍ରତିଶତ କରୋନା କେସ ୧୦ ରାଜ୍ୟରୁ ଆସିଛି। ଯଦି ଏହି ରାଜ୍ୟ ଗୁଡିକ କରୋନାକୁ ହରାଇପାରିବେ ତେବେ ଭାରତ କରୋନା ଯୁଦ୍ଧରେ ବିଜୟୀ ହୋଇପାରିବ। ଏହି ରାଜ୍ୟଗୁଡ଼ିକ ହେଲା ମହାରାଷ୍ଟ୍ର, ତାମିଲନାଡୁ, ବିହାର, ଗୁଜରାଟ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ପଞ୍ଜାବ ଓ କର୍ଣ୍ଣାଟକା। ବିଶେଷକରି ବିହାର, ଗୁଜରାଟ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଓ ତେଲେଙ୍ଗାନାରେ ଟେଷ୍ଟିଂ ସଂଖ୍ୟା ଅଧିକା କରାଯିବାର ଆବଶ୍ୟକ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମତାମତ ଦିଅନ୍ତୁ ।