ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ପରେ ଶେଷହେଲା କୁମ୍ଭମେଳା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁମ୍ଭମେଳାକୁ ପ୍ରତୀକାତ୍ମକ ଭାବେ ପାଳନ କରିବାକୁ ଆଜି ସାଧୁସନ୍ଥମାନଙ୍କୁ ଆହ୍ୱାନ ଜଣାଇଥିଲେ। ଏହାର କିଛି ଘଣ୍ଟା ପରେ ଉତ୍ତରାଖଣ୍ଡର ହରିଦ୍ୱାରରେ ଅନୁଷ୍ଠିତ କୁମ୍ଭ ମେଳା ଶେଷ ହୋଇଛି। ଦେଶର ଅନ୍ୟତମ ଶୀର୍ଷ ସନ୍ଥ ଓ ସାଧୁସଂଘ ଜୁନା ଆଖଡ଼ାର ମୁଖ୍ୟ ସ୍ଵାମୀ ଅବଧେଶାନନ୍ଦ ଗିରି ମାସବ୍ୟାପି ଚାଲିବାକୁ ଥିବା କୁମ୍ଭାମଳା ସମୟ ପୂର୍ବରୁ ଶେଷ ହେଲା ବୋଲି ଘୋଷଣା କରିଛନ୍ତି।

ସେ ଟୁଇଟ୍ କରି କହିଛନ୍ତି ଆମର ପ୍ରଥମ ପ୍ରାଥମିକତା ହେଉଛି କୋଭିଡ୍ କବ‌ଳରୁ ଭାରତର ଲୋକଙ୍କ ସୁରକ୍ଷା। କରୋନା ଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି ଆମେ ବିଧିମୁତାବକ କୁମ୍ଭରେ ଆବାହିତ ସମସ୍ତ ଦେବବେବୀଙ୍କୁ ବିସର୍ଜନ କରିଛୁ। ଜୁନା ଅଖଡ଼ା ପାଇଁ ଏହା ହେଉଛି କୁମ୍ଭର ପରିସମାପ୍ତି।

ସୂଚନାଯୋଗ୍ୟ କୋଭିଡ୍‌-୧୯ ବିରୋଧରେ ଚାଲିଥିବା ସଂଗ୍ରାମରେ ଭାରତକୁ ବିଜୟୀ କରିବା ଲାଗି ସହଯୋଗ କରିବା ନିମନ୍ତେ କୁମ୍ଭମେଳାକୁ ‘ପ୍ରତୀକାତ୍ମକ’ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସାଧୁସନ୍ଥଙ୍କୁ ନିବେଦନ କରିଥିଲେ। ସେ କହିଥିଲେ ସମସ୍ତ ସନ୍ଥ ପ୍ରଶାସନକୁ ସବୁ ପ୍ରକାରର ସହଯୋଗ କରୁଛନ୍ତି। ଏଥିପାଇଁ ମୁଁ ସନ୍ଥମାନଙ୍କ ପ୍ରତି କୃତଜ୍ଞ। ମୋର ବିନୀତ ନିବେଦନ ଦୁଇଟି ଶାହୀ ସ୍ନାନ ସମାପନ ହୋଇସାରିଛି। କରୋନା ସଙ୍କଟ ଚାଲିଥିବାରୁ ଏଥର କୁମ୍ଭକୁ ପ୍ରତୀକାତ୍ମକ ହିଁ ରଖାଯାଉ। ଏହାଦ୍ୱାରା ସଙ୍କଟ ସହ ଲଢ଼ିବା ପାଇଁ ଶକ୍ତି ମିଳିବ।

Leave a Reply

Your email address will not be published. Required fields are marked *

Back to top button