Breaking Newsଦେଶ-ବିଦେଶ

ପ୍ରଧାନମନ୍ତ୍ରୀଙ୍କ ବିଶ୍ଵସ୍ତ ଆଇଏଏସ ଅଧିକାରୀ ବିଜେପିରେ ମିଶିଲେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟିମରେ ଦୀର୍ଘବର୍ଷ କାର୍ଯ୍ୟ କରିଥିବା ପୂର୍ବତନ ଆଇଏଏସ୍ ଅଧିକାରୀ ଅରବିନ୍ଦ କୁମାର ଶର୍ମା ଆଜି ବିଜେପିରେ ଯୋଗ ଦେଇଛନ୍ତି। ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ଉତ୍ତରପ୍ରଦେଶର ବିଧାନ ପରିଷଦ ପାଇଁ ଶ୍ରୀ ଶର୍ମାଙ୍କୁ ଦଳରେ ସାମିଲ କରାଯାଇଥିବା ବେଳେ ତାଙ୍କୁ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦ ମିଳିବ ବୋଲି ଚର୍ଚ୍ଚା ହେଉଛି।

ଗୁଜୁରାଟ କ୍ୟାଡରର ୧୯୮୮ବ୍ୟାଚ୍ ଆଇଏଏସ ଅରବିନ୍ଦ କୁମାର ଶର୍ମାଙ୍କ ଜନ୍ମ ଉତ୍ତରପ୍ରଦେଶର ମାଉରେ। ୨୦୦୧ରେ ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବାପରେ ସେ ସଚିବ ଭାବରେ ଯୋଗ ଦେଇଥିଲେ। କେନ୍ଦ୍ରରେ ଶ୍ରୀ ଶର୍ମା ମାଇକ୍ରୋ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ମନ୍ତ୍ରାଳୟର ସଚିବ ଥିଲେ ମଧ୍ୟ ଏଇ ସପ୍ତାହରେ ସ୍ଵେଚ୍ଛାକୃତ ଅବସର ନେଇଥିଲେ।

ମତାମତ ଦିଅନ୍ତୁ ।

Back to top button