ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ‘ଜନ ଔଷଧି କେନ୍ଦ୍ର’ ଉଦ୍‌ଘାଟନ : ‘ସାନିଟାରି ପ୍ୟାଡ୍‌’ ଟ. ୨.୫୦ରେ ମିଳିବ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଶିଲଙ୍ଗ୍‌ସ୍ଥିତ ‘ନର୍ଥ ଇଷ୍ଟର୍ଣ୍ଣ ଇନ୍ଦିରା ଗାନ୍ଧି ରିଜିଓନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥ୍‌ ଆଣ୍ଡ୍‌ ମେଡିକାଲ୍‌ ସାଇନ୍‌ସେସ୍‌’ରେ ୭୫୦୦ତମ ‘ଜନ ଔଷଧି କେନ୍ଦ୍ର’ ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ହିତାଧିକାରୀମାନଙ୍କ ସହ କଥାବାର୍ତ୍ତା କରିବା ବେଳେ ମୋଦୀ କହିଛନ୍ତି ଔଷଧପତ୍ର ମହଙ୍ଗା ହୋଇଥିବା କାରଣରୁ ଆମେ ଗରିବ ଲୋକଙ୍କ ପାଇଁ ‘ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନା’ କରିଛୁ। ଫଳରେ ସେମାନଙ୍କ ପଇସାପତ୍ର ବଞ୍ଚିଯାଉଛି। ତେଣୁ ସୁଲଭ ମୂଲ୍ୟରେ ‘ମୋଦୀକି ଦୁକାନ୍‌’ରୁ (ଲୋକମୁଖରେ ପ୍ରଚଳିତ) ଔଷଧ ଖରିଦ କରିବା ଲାଗି ଲୋକମାନଙ୍କୁ ମୋର ଅନୁରୋଧ।

ପ୍ରଧାନମନ୍ତ୍ରୀ କହିଲେ ଗରିବ ଓ ମଧ୍ୟମବର୍ଗ ଆୟକାରୀ ପରିବାରଙ୍କ ପାଇଁ ଦେଶବ୍ୟାପୀ ‘ପ୍ରଧାନମନ୍ତ୍ରୀ ଜନ ଔଷଧି ପରିଯୋଜନା’ ଚାଲୁ କରାଯାଇଛି। ଯୁବବର୍ଗଙ୍କୁ କର୍ମ ସଂସ୍ଥାନ ସୁଯୋଗ ଦେଉଥିବାରୁ ଏହି ଯୋଜନା ହେଉଛି ସେବା ଓ ରୋଜଗାରର ଏକ ମାଧ୍ୟମ। ଏହି ଯୋଜନାର ଅଂଶବିଶେଷ ଭାବେ ମହିଳାମାନଙ୍କ ଲାଗି ଟ. ୨.୫ରେ ‘ସାନିଟାରି ପ୍ୟାଡ୍‌’ ମିଳିବ। ଏହାଛଡା ସମଗ୍ର ଦେଶରେ ଥିବା ‘ଜନ ଔଷଧି କେନ୍ଦ୍ର’ ମାନଙ୍କରେ ୭୫ ପ୍ରକାରର ‘ଆୟୁଷ’ ଔଷଧ ଉପଲବ୍ଧ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.