ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସି-ପ୍ଲେନ୍ ସେବା ଉଦଘାଟିତ

ଅହମଦାବାଦ : ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେଓ୍ୱଡ଼ିଆ-ସାବରମତି ରିଭରଫ୍ରଣ୍ଟ ସି-ପ୍ଲେନ୍ ସେବାର ଶୁଭାରମ୍ଭ କରିଛନ୍ତି।

ପର୍ଯ୍ୟଟକଙ୍କ ପାଇଁ ପ୍ରତ୍ୟହ ଅହମଦାବାଦରୁ-କେଓ୍ୱାଡ଼ିଆ ଓ କେଓ୍ୱାଡ଼ିଆରୁ-ଅହମଦାବାଦ ଏହି ସେବା ଉପଲବ୍ଧ ହେବ। ଉଦଘାଟନୀ ଅବସରରେ ଏଥିସହ ପ୍ରଧାନମନ୍ତ୍ରୀ ସି-ପ୍ଲେନରେ କେଓ୍ୱାଡ଼ିଆଠାରୁ ଅହମଦାବାଦ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି। ଏହାପୂର୍ବରୁ କେଓ୍ୱାଡ଼ିଆସ୍ଥିତ ଏକତା କ୍ରୁଜ୍ ମଧ୍ୟ ମୋଦି ଉଦଘାଟନ କରିଛନ୍ତି। ସାବରମତି ରିଭରଫ୍ରଣ୍ଟରୁ କେଓ୍ୱାଡ଼ିଆସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟି ପର୍ଯ୍ୟନ୍ତ ଏହି ସି-ପ୍ଲେନ୍ ସେବା ଆରମ୍ଭ କରାଯାଇଛି।

ଦେଶରେ ପ୍ରଥମଥର ସି-ପ୍ଲେନ୍ ସେବା ଆରମ୍ଭ ହୋଇଛି। ଗୁଜରାଟ ନର୍ମଦା ଜିଲ୍ଲା କେଓ୍ୱାଡ଼ଇାରୁ ଅହମଦାବାଦର ଷ୍ଟାଚ୍ଯୁ ଅଫ୍ ୟୁନିଟି ଯାଏ ପ୍ରଥମ ସି-ପ୍ଲେନ୍ ଉଡ଼ାଣ ଭରିଥିଲା। ଆସନ୍ତାକାଲିଠାରୁ ସି-ପ୍ଲେନ୍ ଆନୁଷ୍ଠାନିକ ଭାବେ ଚାଲିବ। ଉଡ଼ାଣ ଯୋଜନା ସହିତ ପର୍ଯ୍ୟଟନ କ୍ଷେତ୍ରରେ ଏହା ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି।

ମତାମତ ଦିଅନ୍ତୁ ।