Breaking Newsଅପରାଧ
ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଲା

ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ସନ୍ଧ୍ୟାରେ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଉଠାଇ ନେଇଛି। ଅର୍ଥ ଠକେଇ ଅଭିଯୋଗରେ କ୍ରାଇମ୍ବ୍ରାଞ୍ଚରେ ରୁଜୁ ହୋଇଥିବା ମାମଲା ଅନୁଯାୟୀ ତାଙ୍କୁ ଭୁବନେଶ୍ଵର ଇଓଡବ୍ଲୁ ଅଫିସରେ ତାଙ୍କୁ ଜେରା କରାଯାଉଥିବା ଜଣାପଡିଛି।
ଅନ୍ୟପକ୍ଷରେ ପ୍ରଦୀପଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ଗଣମାଧ୍ୟମକୁ କହିଛନ୍ତି ତାଙ୍କ ସ୍ଵାମୀଙ୍କ ବିରୋଧରେ ଷଡ଼୍ଯନ୍ତ୍ର ହୋଇଛି। ତାଙ୍କ ସ୍ଵାମୀଙ୍କ ଜୀବନ ପ୍ରତି ବିପଦ ରହିଛି। ସେ କେଉଁଠି ଅଛନ୍ତି ମୋତେ ଜଣାଯାଉ। ଯଦି ତାଙ୍କର କିଛି ହିୁଏ ତେବେ ମୋ ସ୍ଵାମୀକୁ ଯେଉଁମାନେ ଫସାଇଛନ୍ତି ସେଇମାନେ ଦାୟୀ ରହିବେ।