ପ୍ରଦୂଷଣ ପ୍ରଭାବରେ ଜନ୍ମିତ ଶିଶୁର ଗୁପ୍ତାଙ୍ଗ ଛୋଟ ହେଉଛି

ନୂଆଦିଲ୍ଲୀ : ମାତ୍ରାଧିକ ପ୍ରଦୂଷଣ ପ୍ରଭାବ ଏବେ ଜନ୍ମିତ ଶିଶୁ ଉପରେ ପଡୁଛି। ସେଥିପାଇଁ ସେମାନଙ୍କ ଗୁପ୍ତାଙ୍ଗ ଛୋଟ ରହୁଥିବା ପରିବେଶବିତ୍ ବା ଗବେଷକ ଦାବି କରିଛନ୍ତି।

ପ୍ରଦୂଷଣର ସାମ୍ନା ପାଇଁ ମଣିଷ କିପରି ପ୍ରଭାବିତ ହେଉଛି ସ ସମ୍ପର୍କରେ ଗବେଷକ ଶାନ୍ନା ସ୍ୱାନ ‘କାଉଣ୍ଟ ଡାଉନ୍’ ନାମକ ଏକ ବହି ଲେଖିଛନ୍ତି। ଏଥିରେ ଆଗାମୀ ପିଢ଼ୀ ପାଇଁ ପ୍ରଦୂଷଣ ଉଦବେଗଜନକ ବିଷୟ ବୋଲି ଉଲ୍ଲେଖ କରିଥିବା ବେଳେ ପ୍ରଜନନ ଦିଗରେ ବଡ଼ ଚ୍ୟାଲେଞ୍ଜ ବୋଲି କୁହାଯାଇଛି। ପ୍ରଦୂଷଣ ବଢ଼ିବା ପଛରେ ଗବେଷକ ପ୍ଲାଷ୍ଟିକ ତିଆରିରେ ବ୍ୟବହାର ହେଉଥିବା ଫଥାଲେଟ୍ କେମିକାଲକୁ ଦାୟୀ କରିଛନ୍ତି। ଏହି କେମିକାଲ ଦ୍ୱାରା ପ୍ରସ୍ତୁତ ପ୍ଲାଷ୍ଟିକ ବ୍ୟବହାର କରିବା କାରଣରୁ ମଣିଷ ଶରୀରରେ ଏଣ୍ଡୋକ୍ରାଇନ୍ ସିଷ୍ଟମ ପ୍ରଭାବିତ ହେଉଛି ବୋଲି କୁହାଯାଇଛି।

ଶାନ୍ନା ସ୍ନାନ କହିଛନ୍ତି ଆଧୁନିକ ସମାଜରେ ମଣିଷ ଶରୀରରେ ଶୁକ୍ରାଣୁ ସଂଖ୍ୟା କମିବାରେ ଲାଗିଛି। ଯାହାକି ଉଭୟ ପୁରୁଷ ଓ ମହିଳାଙ୍କ ପ୍ରଜନନ ବିକାଶରେ ପରିବର୍ତ୍ତନ କରୁଛି। ଏଭଳି ହେଲେ ମାନବ ଜାତିର ଭବିଷ୍ୟତ ବିପଦମୁହାଁଇବ। ଫଥାଲେଟ୍ କେମିକାଲ ସମ୍ପର୍କରେ ଗବେଷକ କହିଛନ୍ତି ଗର୍ଭରେ ଶିଶୁଟି ଥିବା ବେଳେ ଫଥାଲେଟ୍ସ୍ ସଂସ୍ପର୍ଶରେ ଆସିଥାଏ। ଜନ୍ମ ହେବା ବେଳେ ଏହି କେମିକାଲର ସଂସ୍ପର୍ଶରେ ଆସିବା ଦ୍ୱାରା ଛୋଟ ଛୁଆର ଗୁପ୍ତାଙ୍ଗ ପ୍ରଭାବିତ ହୋଇଥାଏ। ଏହାଛଡା ବିଭିନ୍ନ ପ୍ଲାଷ୍ଟିକ ଖେଳଣା ଓ ପ୍ଲାଷ୍ଟିକ କଭର ଭର୍ତ୍ତି ଖାଇବା ଜିନିଷରେ ଛୋଟ ଛୁଆ ହାତ ମାରିଥାଏ। ସେହି ହାତକୁ ପାଟିରେ ପୁରାଇବା ଯୋଗୁ କେମିକାଲ ଶରୀରକୁ ଯାଉଥିବାରୁ ଏହାର ପ୍ରଭାବ ଶୁକ୍ରାଣୁ ପ୍ରସ୍ତୁତରେ କ୍ଷତି ଘଟାଏ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button