ପ୍ରଗତି କଲେଜର ୩୨ ଛାତ୍ରଛାତ୍ରୀ କରୋନା ପଜିଟିଭ

ଭବାନୀପାଟଣା : ଶିକ୍ଷାନୁଷ୍ଠାନରେ କରୋନା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପ୍ରଗତି କଲେଜରୁ ୩୨ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସିଡିଏମଓ କାର୍ଯ୍ୟାଳୟ ମିଳିଥିବା ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲାରୁ ଆଜି ୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏ ମଧ୍ୟରୁ କେସିଙ୍ଗା ୩ ଜଣ, ନର୍ଲା ୩ ଜଣ, ପରଲା ୨ ଜଣ, ଧର୍ମଗଡ ୩ ଜଣ, ଜୁନାଗଡ ୩ ଜଣ, ଭବାନୀପାଟଣା ୪ ଜଣ ଓ ପ୍ରଗତି କଲେଜରୁ ୩୨ଜଣ ଛାତ୍ରଛାତ୍ରୀ ଚିହ୍ନଟ ହୋଇଛି। ପ୍ରଗତି କଲେଜରେ ରହିଛନ୍ତି ପ୍ରାୟ ୧୫ଶହ ଛାତ୍ରଛାତ୍ରୀ। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ କଲେଜ ପରିସରରେ ପହଞ୍ଚି ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ କରୋନା ପରୀକ୍ଷା କରୁଥିବା ବେଳେ ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହୋଇଥିବାରୁ କଲେଜକୁ ସିଲ କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button