ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ

ଭୁବନେଶ୍ୱର : ଚଳିତ ବର୍ଷର ଓଡିଶା ଯୁଗ୍ମ ପ୍ରବେଶିକ ପରୀକ୍ଷା (ଓଜେଇଇ)ର ଫଳାଫଳ ଆଜି ପ୍ରକାଶ ପାଇଛି। ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ଦ୍ୱାରା ପ୍ରକାଶିତ ଏହି ପରୀକ୍ଷା ଫଳରେ ୪୯,୨୬୭ ଜଣ ଛାତ୍ରଙ୍କୁ ରାଙ୍କ ମିଳିଛି। ବି.ଟେକ୍‌ରେ ଶୋଭିତ ପଟେଲ ଓ ଶ୍ୟାମସୁନ୍ଦର ପଟେଲ ଏମ.ଟେକ୍ ଟପ୍ପର ହୋଇଛନ୍ତି। ସେହିପରି ଏମବିଏରେ ଶୁଭକାନ୍ତ ସାହୁ, ଏମସିଏରେ ଜୟଦୀପ ଦେ, ବି ଫାର୍ମରେ ସୌମ୍ୟ ରଞ୍ଜନ ରାଉତରାୟ ଓ ଏମ ଫାର୍ମରେ ପରିମିତା ସାହୁ ଟପ୍ପର ହୋଇଛନ୍ତି।

ମତାମତ ଦିଅନ୍ତୁ ।