ପ୍ରକାଶ ତ୍ରିପାଠୀ ‘ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମର ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ କୋଡିନେଟର୍

ଭୁବନେଶ୍ଵର : “ଓଡ଼ିଶା ମୋ ପରିବାର- ଜୀବନ ବିନ୍ଦୁ” କାର୍ଯ୍ୟକ୍ରମର ଭୁବନେଶ୍ଵର ଉତ୍ତର ନିର୍ବାଚନ ମଣ୍ଡଳୀର କୋଡିନେଟର୍ ହେଲେ ବାଣୀବିହାର ପୂର୍ବତନ ସଭାପତି ତଥା ଯୁବ ବିଜେଡି ନେତା ଡଃ ପ୍ରକାଶ ତ୍ରିପାଠୀ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ତାଙ୍କୁ ମନୋନୀତ କରାଯାଇ ଥିବାରୁ ଓଡିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକଙ୍କ ସମେତ କୋଡିନେଟର୍ ଅତନୁ ସବ୍ୟସାଚୀ ନାୟକ, ଇନଚାର୍ଜ ଦେବୀ ପ୍ରସାଦ ମିଶ୍ର , ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ବିଜୁ ଜନତାଦଳ ସଂଗଠନ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାଛଡା ଏହି ଗୁରଦାୟିତ୍ଵ ଦେଇଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ମତାମତ ଦିଅନ୍ତୁ ।