ପ୍ରଶାସନର କଟକଣା : ଚାଷୀ ପରିବା ବିକିନପାରି ରାସ୍ତାରେ ଫିଙ୍ଗିଦେଲେ

ଝାରସୁଗୁଡ଼ା : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲାରେ ସପ୍ତାହିକ ଓ ଦୈନିକ ହାଟଗୁଡ଼ିକୁ ବନ୍ଦ କରି ଦେଇଛି ପ୍ରଶାସନ। ଆଜି ମଙ୍ଗଳବାର ହାଟ ଥିବାରୁ ବ୍ୟବସାୟୀ ଓ ଚାଷୀମାନେ ପରିବା ନେଇ ସହରରକୁ ଆସିଥିଲେ। କିନ୍ତୁ କଟକଣା ଯୋଗୁ ବିକ୍ରି କରିବାକୁ ସୁଯୋଗ ମିଳିଲାନି। ଏହାର ପ୍ରତିବାଦରେ ସେମାନେ ବସାୟୀଙ୍କ ପରିବାକୁ ରାସ୍ତାରେ ଫିଙ୍ଗି ଦେଇଛନ୍ତି।

କରୋନା ସଂକ୍ରମଣ ରୋକିବାକୁ ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଥିଲେ ହେଁ ଚାଷୀ ଓ ବ୍ୟବସାୟୀମାନେ କେଉଁଠି ପରିବା ବିକିବେ ସ୍ଥାନ ନିର୍ଦ୍ଧାରଣ କରାଯାଇ ନାହିଁ। ଫଳରେ ସହରର ଏହି ବଜାର ଉପରେ ନିର୍ଭର କରୁଥିବା ଚାଷୀ ଓ ବ୍ୟବସାୟୀ ପନିପରିବା ବିକି ନପାରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେଥିପାଇଁ ସେମାନେ ବିକିବାକୁ ଆଣିଥିବା ପରିବା ରାସ୍ତାରେ ଫିଙ୍ଗି ଦେବାରୁ ତାହା ଉପରେ ଗାଡ଼ିମଟର ଚାଲିବା ଯୋଗୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇଛି।

Leave a Reply

Your email address will not be published. Required fields are marked *

Back to top button