ପ୍ରଶାସନିକ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ପ୍ରଶାସନିକ ସ୍ତରରେ ଏକ ଛୋଟ ଧରଣର ଅଦଳ ବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଦ୍ଧିବଦ୍ଦ ବିଜ୍ଞପ୍ତି ପ୍ରକାଶ ପାଇଛି। ବଦଳିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ।

ସୋମବାର ପ୍ରକାଶିତ ବିଜ୍ଞପ୍ତି ଅନୁଆଯାୟୀ ଖୋର୍ଦ୍ଧା ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ସନତ କୁମାର ମହାନ୍ତିଙ୍କୁ ନିଯୁକ୍ତି ମିଳିଛି। ସେଠାରେ ଥିବା ସୀତାଂଶୁ କୁମାର ରାଉତଙ୍କୁ ବ୍ରହ୍ମପୁର ଚକବନ୍ଦୀ ଅତିରିକ୍ତ କମିସନର ଦାୟିତ୍ୱ ଦିଆଯାଇଛି। ସେହିପରି କିର୍ତ୍ତି ଭାସନ୍‌ ଭିଙ୍କୁ ଗଞ୍ଜାମ କୋଭିଡ୍‌ ପରିଚାଳନା ଓଏସଡି ଦାୟିତ୍ୱ ଦିଆଯାଇଥିବା ବେଳେ ଶୁଭଙ୍କର ମହାପାତ୍ରଙ୍କୁ ବାଲିଗୁଡ଼ା ଇଉପିଏ ଜିଲ୍ଲାପାଳ, ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ସମ୍ବଲପୁରର ପଜିଲ୍ଲାପାଳ ଓ ଜେ. ସୋନାଲଙ୍କୁ ଗଜପତି ଜିଲ୍ଲାର କୋଭିଡ୍‌ ପରିଚାଳନା ଦାୟିତ୍ୱ ଦିଆଯାଇଛି।

ମତାମତ ଦିଅନ୍ତୁ ।