ପ୍ରଥମ ପ୍ଲାଜମା ଦାତାଙ୍କୁ ଆଳି ବିଧାୟକଙ୍କ ସମ୍ବର୍ଦ୍ଧନା

ଆଳି : କରୋନାରୁ ମୁକ୍ତ ହୋଇ ନିଜର ପ୍ଲାଜମା ଦାନକରି ଅନ୍ୟ ଦୁଇଜଣ ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଥିବା ଓଡ଼ିଶାର ପ୍ରଥମ ପ୍ଲାଜମା ଦାତା ମନୋଜ ବରାଳଙ୍କୁ ଆଳି ବିଧାୟକ ପ୍ରତାପ କେଶରୀ ଦେବ ସମ୍ବର୍ଦ୍ଧିତ କରିଛନ୍ତି।

ବିଧାୟକ ଶ୍ରୀ ଦେବ ମନୋଜଙ୍କ ନିଆଳ ପଞ୍ଚାୟତ ରାଧାନଗରସ୍ଥିତ ବାସଭବନରେ ପହଞ୍ଚି ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ମନୋଜଙ୍କ ମହାନ ଦାନ କେବଳ ଦୁଇ ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇନାହିଁ, ଅନ୍ୟ କରୋନାମୁକ୍ତମାନଙ୍କୁ ପ୍ଲାଜମା ଦାନ କରିବା ପାଇଁ ପ୍ରେରଣା ଯୋଗାଇବ। ଏପରି କାର୍ଯ୍ୟକରି ମନୋଜ ଆଳି ପାଇଁ ଗୌରବ ଆଣି ଦେଇଛନ୍ତି ବୋଲି ଶ୍ରୀ ଦେବ କହିଥିଲେ। ବିଧାୟକ ଶ୍ରୀ ଦେବଙ୍କ ସହିତ ବିଜେଡି ନେତା ଭୀଷ୍ମ ମହାନ୍ତି, ପ୍ରଦ୍ୟୁମ୍ନ ଦାଶ, ନିଆଳ ସରପଞ୍ଚ ପ୍ରତିନିଧି ଅଶୋକ ମଲ୍ଲିକ, ଦେମାଳ ସରପଞ୍ଚ ମନୋରଞ୍ଜନ ସାମଲ ପ୍ରମୁଖ ମନୋଜଙ୍କ ସମେତ ତାଙ୍କର ପରିବାର ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରି ସାଧୁବାଦ ଜଣାଇଥିଲେ।

ମତାମତ ଦିଅନ୍ତୁ ।