ପ୍ରତିରକ୍ଷା ଦୁର୍ନୀତି: ଜୟା ଜେଟ୍‌ଲୀ ଓ ଅନ୍ୟ ଦୁଇଜଣଙ୍କୁ ୪ ବର୍ଷ ଜେଲ୍

ନୂଆଦିଲ୍ଲୀ : ୨୦୦୦-୦୧ର ପ୍ରତିରକ୍ଷା ଦୁର୍ନୀତି ମାମଲାରେ ସମତା ପାର୍ଟିର ପୂର୍ବତନ ଅଧ୍ୟକ୍ଷା ଜୟାର ଜେଟ୍‌ଲୀ ଓ ଅନ୍ୟ ଦୁଇଜଣଙ୍କୁ ଆଜି ଦିଲ୍ଲୀର ଏକ ଅଦାଲତ ୪ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ସ୍ଵତନ୍ତ୍ର ସିବିଆଇ ଜଜ୍ ବୀରେନ୍ଦ୍ର ଭଟ ଜୁଲାଇ ୨୬ ତାରିଖରେ ଜେଟ୍‌ଲୀ, ତାଙ୍କ ପୂର୍ବତନ ଦଳୀୟ ସହଯୋଗୀ ଗୋପାଳ ପାଚେରୱାଲ୍ ଓ ଅବସରପ୍ରାପ୍ତ ମେଜର୍ ଜେନେରାଲ୍ ଏସ୍‌ପି ମୁର୍ଗାଇଙ୍କୁ ଦୁର୍ନୀତି ଓ ଅପରାଧିକ ଷଡ଼ଯନ୍ତ୍ରରେ ଦୋଷୀ ସାବ୍ୟସ୍ତ କରିଥିଲେ। ହାତଧରା ଥର୍ମାଲ୍ ଇମେଜର୍ କିଣା ଦୁର୍ନୀତି ମାମଲାରେ ଏହି ୩ ଜଣଙ୍କ ସମ୍ପୃକ୍ତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଅଦାଲତ ତିନି ଜଣଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା କରିବା ସହିତ ଆଜି ସନ୍ଧ୍ୟା ୫ଟା ପୂର୍ବରୁ ଆତ୍ମସମର୍ପଣ କରିବାକୁ ନିର୍ଦେଶ ଦେଇଛନ୍ତି।

ମତାମତ ଦିଅନ୍ତୁ ।