ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ନେଇ ପୁଣି ଓଲିଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ : ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ନେପାଳରେ। ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଏହି ଦାବି ଦୋହରାଇଛନ୍ତି। ପୂର୍ବରୁ ସେ ଏହି କଥା କହି ବିବାଦୀୟ ହୋଇଥିଲେ। ଏବେ ପୁଣି ଥରେ ଶ୍ରୀରାମଙ୍କ ଜନ୍ମସ୍ଥାନକୁ ନେଇ ବିବାଦ ସୃଷ୍ଟି କରିଛନ୍ତି। ଆଉ କହିଛନ୍ତି ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମସ୍ଥାନ ଭାରତର ଅଯୋଧ୍ୟା ନୁହେଁ, ଏହା ଦକ୍ଷିଣ ନେପାଳର ଅଯୋଧ୍ୟାପୁରୀ ବୋଲି ନେପାଳରେ।

ଅନ୍ୟପକ୍ଷରେ ନେପାଳ କମ୍ୟୁନିଷ୍ଟ ପାର୍ଟିରେ ଦେଖା ଦେଇଥିବା କ୍ଷମତା ଲଢ଼େଇକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଏଭଳି ଅଯୁକ୍ତିକର ବୟାନ ଦେଉଛନ୍ତି ବୋଲି ବିରୋଧୀମାନେ କହିଛନ୍ତି। ଏବେ ନେପାଳ କମ୍ୟୁନିଷ୍ଟ ପାର୍ଟି‌ ଦୁଇ ଭାଗରେ ବିଭକ୍ତ ହେବାକୁ ବସିଛି। ଏଭଳି ସ୍ଥିତିରେ ନିଜର ସ୍ଥିତି ରକ୍ଷା ପାଇଁ ଓଲି ବିବାଦୀୟ ବୟାନ ଦେଇ ନଜର ହଟାଇବାକୁ ଉଦ୍ୟମ କରୁଛନ୍ତି। ଏହା ପୂର୍ବରୁ ଭାରତର ଲିମ୍ପିୟାଧୁରା, କାଲାପାଣି, ଲିପୁଲେଖକୁ ନିଜର ଦର୍ଶାଇ ନେପାଳ ବିବାଦୀୟ ମାନଚିତ୍ର ପ୍ରସ୍ତୁତ କରି ଭାରତ ସହ ଶତୃତା ଆରମ୍ଭ କରିଛି।

ମତାମତ ଦିଅନ୍ତୁ ।