ପ୍ରେମ ବିବାହ : ଗର୍ଭବତୀ ପତ୍ନୀକୁ ହତ୍ୟା ଅଭିଯୋଗ

ନବରଙ୍ଗପୁର : ପ୍ରେମ ବିବାହର ବର୍ଷେ ନ ପୁରୁଣୁ ୮ ମାସର ଗର୍ଭବତୀ ପତ୍ନୀକୁ ସ୍ଵାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମହିଳାଙ୍କ ମୃତ ହେହ। ଏଭଳି ଘଟଣା ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ଭୀମା ସାହିରେ ଘଟିଛି।

ଖବର ଅନୁଯାୟୀ ପାପଡାହାଣ୍ଡି ଥାନା ଅନ୍ତର୍ଗତ ଖୋଲିଗୁଡା ଗ୍ରାମର ଆଲବର୍ଟ ସେକ୍ସପିଅର ବେନିଆ ଡାବୁଗାଁ ଥାନା ଅନ୍ତର୍ଗତ ଘୁଷୁରାମାରୁଗୁଡା ଗ୍ରାମର ତନୁଶ୍ରୀ ନାୟକଙ୍କୁ ଗତବର୍ଷ ଅକ୍ଟୋବରରେ ପ୍ରେମ ବିବାହ କରିଥିଲେ। ଏହାର କିଛିଦିନ ପରେ ସ୍ୱାମୀ ଓ ସ୍ତ୍ରୀ ପାପଡାହାଣ୍ଡିର ଭୀମା ସାହିରେ ଏକ ଭଡ଼ା ଘରେ ରହୁଥିଲେ l ଗତକାଲି କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ରାତି ୧୨ଟା ସମୟରେ ତନୁଶ୍ରୀ ଆତ୍ମହତ୍ୟା କରିଛି ବୋଲି ତାଙ୍କ ପରିବାରକୁ ଫୋନ ଜଣାଇଥିଲେ ସ୍ଵାମୀ ଆଲବର୍ଟ। ଖବର ପାଇ ସେମାନେ ପହଞ୍ଚିବା ପରେ ଆଲବର୍ଟ ଫେରାର ହୋଇଯାଇ ଥିବା ଦେଖିଥିଲେ। ଏନେଇ ତନୁଶ୍ରୀଙ୍କ ପରିବାର ପକ୍ଷରୁ ଆଲବର୍ଟ ଓ ତାଙ୍କ ପରିବାର ଲୋକଙ୍କ ବିରୁଦ୍ଧରେ ପାପଡାହାଣ୍ଡି ଥାନାରେ ଅଭିଯୋଗ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।