ପ୍ରେମ ପାଇଁ ଲୁହାରଡରେ ମାଡ଼ମାରି ପରିଶ୍ରା ପିଆଇଲେ

0

ନୂଆଦିଲ୍ଲୀ : ପ୍ରେମ ପାଇଁ ହଟ୍ଟହଟ୍ଟା। ଯୁବକଙ୍କୁ ଲୁହାରଡ଼ରେ ମାଡ଼ ଓ ପରେ ପାଣିନୋଟାରେ ପରିଶ୍ରା ପିଆଯାଉଛି। ପ୍ରେମିକାଙ୍କୁ ଭେଟିବାକୁ ଯାଇ ଧରାପଡିବାରୁ ଯୁବତୀଙ୍କ ପରିବାରଲୋକ ଏପରି କରିଛନ୍ତି। କିଛିଦିନ ହେବ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ଭିଡିଓଟି ପାଖାପାଖି ୧୫ଦିନ ତଳର। ଏହି ଘଟଣା ପଦାକୁ ଆସିବା ପରେ ପୀଡିତଙ୍କୁ ଡକାଇ ପୋଲିସ ମାମଲା ରୁଜୁ କରିଥିବା ବେଳେ ୪ଜଣଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।

ସ୍ଥାନୀୟ ଥାନା ଅଧିକାରୀଙ୍କ କହିବାନୁଯାୟୀ ଗତ ଦୁଇଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଯୁବକଙ୍କୁ ମାଡ଼ ମରାଯିବା ସହିତ କିଛି ପିଆଯାଉଥିବା ଦେଖିବାକୁ ମିଳୁଛି। ଯାଞ୍ଚରୁ ଜଣାପଡ଼ିଛି ଭିଡିଓରେ ଦେଖିବାକୁ ମିଳୁଥିବା ଯୁବକ ଜଣେ ଡ୍ରାଇଭର। ସେ ବାଡମେର ଜିଲ୍ଲା ସିଣଧରୀ ଥାନା ଅଞ୍ଚଳରେ ବସବାସ କରନ୍ତି। ଏହାଛଡା ଏହି ଘଟଣାରେ ସମ୍ପୃକ୍ତ ଦୁଇଜଣଙ୍କ ନାମ ଜଣାପଡ଼ିଛି। ସେମାନେ ହେଲେ ହିରାରାମ ଓ ଜୋଗାରାମ। ଭିଡିଓଟି ସିଣଧରୀ ଥାନା ଅଞ୍ଚଳ କୋଲୁ ଗ୍ରାମର ବୋଲି କୁହାଯାଉଛି। ମାମଲାର ଯାଞ୍ଚ ଚାଲିଛି। ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.