ପ୍ରେମ ପାଇଁ ନାବାଳିକାଙ୍କୁ ନିସ୍ତୁକ ମାଡ଼ ଭିଡିଓ ଭାଇରାଲ

ନବରଙ୍ଗପୁର : ଅନ୍ୟ ଜାତିର ପୁଅକୁ ପ୍ରେମ କରୁଥିବାରୁ ନାବାଳିକା ଜଙ୍ଗଲରେ ନିସ୍ତୁକ ମାଡ଼। କିଛି ଯୁବକ ମିଶି ଏପରି ମାଡ ମାରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନବରଙ୍ଗପୁର ଜିଲ୍ଲାର ସୀମାନ୍ତବର୍ତ୍ତୀ ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ପଞ୍ଚାୟତର ସମ୍ବଲପୁର ଓ କାଣ୍ଡିତରା ଗ୍ରାମର କୋଟପାରା ନିକଟ ଜଙ୍ଗଲରେ ଘଟଣାଟି ଘଟିଥିବା ସୂଚନା ମିଳିଛି।

ଖବର ହେଲା ନାବାଳିକା ଅନ୍ୟ ଜାତିର ପୁଅକୁ ପ୍ରେମ କରୁଥିଲେ। ଏହି କାରଣ ପାଇଁ ତାଙ୍କୁ ସ୍ଥାନୀୟ କିଛି ଯୁବକ ଅମାନୁଷିକ ଭାବେ ମାଡ ମାରୁଛନ୍ତି। କିଏ ଠିଆ ଗୋଇଠା ଆଉ କିଏ ଓ ବାଡିରେ ପିତୁଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେଠାରେ ଉପସ୍ଥିତ ଯୁବକମାନେ ମାଡର ମଜା ଉଠାଉଛନ୍ତି। ଏହି ଭିଡିଓଟି କିଛିଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ପୋଲିସ ଏହାର ଖୋଲତଡ କରିଥିଲେ ହେଁ କେଉଁ ସ୍ଥାନରେ ଏହା ଘଟିଛି, ଜାଣି ପାରିନଥିଲା। ତେବେ ପୀଡ଼ିତା କହିଥିଲେ ମୋର ଏତିକି ଭୁଲ୍ ମୁଁ ପ୍ରେମ କରୁଥିଲି। ସେଥିପାଇଁ ମୋ ଭାଇ ଓ ତାଙ୍କ ସାଙ୍ଗମାନେ ମିଶି ମୋତେ ମାଡ ମାରିଥିଲେ।

ଘଟଣାଟି କୋଟପାରା ଗ୍ରାମର। ରାଜକୁମାର ଗଣ୍ଡଙ୍କ ଝିଅ ଘରକୁ ଫେରିବା ବେଳେ ତାଙ୍କ ବଡ଼ ବାପାଙ୍କ ପୁଅ ଓ ସେହି ଗ୍ରାମର କିଛି ଯୁବକ ମିଶି ଅତି ନିଷ୍ଠୁର ଭାବେ ମାଡ଼ ମାରିଥିଲେ। ସେ ଖୁଡୁକ ପଞ୍ଚାୟତ ପୂଜାରୀପାରା ଗ୍ରାମର ଚୈତରାମ ବିଶ୍ୱକର୍ମାଙ୍କ ପୁଅ ଜଗଦୀଶ ବିଶ୍ୱକର୍ମାଙ୍କୁ ପ୍ରେମ କରୁଥିଲେ। ଘଟଣା ଲୋକ ଲୋଚନକୁ ଆସିବା ପରେ ପୂଜାତିପାରା ଗ୍ରାମରେ କଙ୍ଗାରୁ କୋର୍ଟ ବସିଥିଲା। ଝିଅ ପରିବାରକୁ ୨୦ ହଜାର ଟଙ୍କା ଜରିମାନା କରଯାଇଥିଲା। ସେମାନେ ୧୦ ହଜାର ଟଙ୍କା ଦେଇଛନ୍ତି। ଆହୁରି ୧୦ହଜାର ଟଙ୍କା ଦେବେ।

ସେହିପରି ପୁଅ ପରିବାରକୁ ଜରିମାନା ହୋଇଥିଲା ୬୦ ହଜାର। ନୂଆ ମୋଟର ସାଇକେଲ ବିକ୍ରି ପୁଅ ଘର ଲୋକେ ୨୫ ହଜାର ଟଙ୍କା ଦେଇଛନ୍ତି। ୪ ମାସରେ ୩୫ ହଜାର ଟଙ୍କା ନ ଦେଲେ ଗାଁରୁ ବାହାର କରିଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ହେଲେ ପୁଅଘର ଗରିବ ହୋଇଥିବାରୁ ପାଖରେ ଟଙ୍କା ନାହିଁ। ଟଙ୍କା ଭରଣା କରିବାକୁ ପ୍ରେମ କରୁଥିବା ଯୁବକ ଦାଦନ ଖଟିବାକୁ ମହାରାଷ୍ଟ୍ରକୁ ଯାଇଥିବା ତାଙ୍କ ବଡ଼ ଭାଇ କହିଛନ୍ତି। ଖବର ପ୍ରଘଟ ନକରିବାକୁ ଧମକ ଦିଆଯାଇଥିଲା। କିନ୍ତୁ ଭିଡିଓ ଭାଇରାଲ ପରେ କୁନ୍ଦେଇ ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ଅନ୍ୟମାନଙ୍କୁ ଶୀଘ୍ର ଗିରଫ କରାଯିବା ବୋଲି କୁନ୍ଦେଇ ଥାନା ଅଧିକାରୀ କହିଛନ୍ତି।

ମତାମତ ଦିଅନ୍ତୁ ।