ପ୍ରେମ ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟାର କାରଣ !

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ଵରର ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶବନମ୍‌ଙ୍କ ଆତ୍ମହତ୍ୟା ଘଟଣାରେ ଗୁମର ଫିଟୁଛି। ବୟସକୁ ନେଇ ବାହା ହେବାକୁ ପ୍ରେମିକ ଛାତ୍ର ଅରାଜି ହେବାରୁ ସେ ଜୀବନ ହାରିଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି।

ଖବର ଅନୁଯାୟୀ ଶବ୍‌ନମ୍‌ ଓ ପୁରୁଷ ବନ୍ଧୁ ରୋହନ ଓରାମଙ୍କ ମଧ୍ୟରେ ଦୀର୍ଘ ୮ବର୍ଷ ହେଲା ପ୍ରେମ ସଂପର୍କ ଥିଲା। ୨୦୧୮ମସିହାରୁ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ମତାନ୍ତର। ବୟସ ପାର୍ଥକ୍ୟ ଥିଲା ଏହାର କାରଣ। ଶବନମ୍‌ଙ୍କୁ ୪୩ ବର୍ଷ ଓ ରୋହନର ବୟସ ଥିଲା ୨୩। କିନ୍ତୁ ରୋହନଙ୍କୁ ଠାରୁ ନିଜକୁ ଦୂରେଇ ଦେବାକୁ ଚାହୁଁନଥିଲେ ଶବନମ୍‌। ଏହାସତ୍ତ୍ଵେ ବିବାହ ପାଇଁ ଜିଦ୍‌ ଧରିଥିଲେ ଶବନମ୍‌। ଏ ପ୍ରସ୍ତାବରେ ରୋହନ ରାଜି ନଥିଲେ ହେଁ ପରିବାର ଲୋକଙ୍କୁ ପ୍ରେମ ସମ୍ପର୍କ ବିଷୟରେ କିଛି କହିପାରୁନଥିଲେ। ତେଣୁ ବାଧ୍ୟହୋଇ ୩ ବର୍ଷ ହେଲା ଶବନମ୍‌ଙ୍କୁ ମିଛ କହି ସମୟ ଗଡ଼ାଇ ଚାଲିଥିଲେ।

ରବିବାର ସକାଳେ ଶବନମ୍‌ ପ୍ରେମିକ ଛାତ୍ରଙ୍କୁ ପୁଣି ଥରେ ବିବାହ ପ୍ରସ୍ତାବ ଦେଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଶବନମ୍‌ ବିବାହ କରିବାକୁ ଜିଦ୍‌ ଧରିବାରୁ ରୋହନଙ୍କୁ ରୋକ୍‌ଠୋକ୍‌ ମନା କରିଦେଇଥିଲେ। ଶେଷରେ ଶବନମ୍‌ ଭାଙ୍ଗିପଡ଼ି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି।

Leave a Reply

Your email address will not be published. Required fields are marked *

Back to top button