ପ୍ରେମକରି ଫସିଲେ ବିବାହିତ ରସିକ ଡାକ୍ତର : ଖୋଲିଲା ଅସଲ ମୁଖା

ବ୍ରହ୍ମପୁର : ସୋସିଆଲ୍ ମିଡିଆରେ ପ୍ରେମ। ବିବାହର ପ୍ରତୁଶ୍ରୁତି ପରେ ସେକ୍ସ୍ ଆଉ ଧୋକ୍କା। ଏପରି ସଂଗୀନ ଅଭିଯୋଗରେ ଜଣେ ଡାକ୍ତର ଗିରଫ ହୋଇଛନ୍ତି।

ଖବର ଅନୁଯାୟୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଡାକ୍ତର ତପନ କୁମାର ଶତପଥୀ। ଫେସ୍‌ବୁକରେ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଦିନକୁ ଦିନ ନିବିଡ ହେଲା ସଂପର୍କ। ଡାକ୍ତର ବାବୁ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିଲେ ବୋଲି ପୀଡିତା ଅଭିଯୋଗ କରିଛନ୍ତି।

ଏବେ ଜଣାପଡିଛି ୨୦୧୯ ମସିହାରେ ଏଇ ଡାକ୍ତର ମହାଶୟ ବିବାହ କରିଥିଲେ। ବିବାହର ବର୍ଷେ ପରେ ଅନ୍ୟ ଯୁବତୀଙ୍କ ସହ ରଖିଥିଲେ ଶାରିରୀକ ସଂପର୍କ। କିନ୍ତୁ ବିବାହ କରିଥିବା ଜାଣିବା ପରେ ପ୍ରେମିକା ଡାକ୍ତରଙ୍କ ଠାରୁ ସମ୍ପର୍କ ଛିନ୍ନକରି ବ୍ରହ୍ମପୁର ମହିଳା ଥାନାର ଦ୍ଵାରସ୍ଥ ହୋଇଥିଲେ। ପୀଡିତାଙ୍କ ଅଭିଯୋଗ ଆଧାରରେ ମହିଳା ପୋଲିସ୍ ମାମଲା ରୁଜୁ କରି ଡାକ୍ତରଙ୍କୁ ଗିରଫ କରିଥିବା ବ୍ରହ୍ମପୁର ଏସ୍. ପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।