ପ୍ରେମିକା ପାଖକୁ ଆସି ରାତିସାରା ଛେଚା ଖାଇଲେ, ସକାଳେ ବାହା ହେଲେ

ଉତ୍ତରପ୍ରଦେଶ : ରାମପୁର ଅଞ୍ଚଳରେ ପ୍ରେମକୁ ନେଇ ଏକ ଚର୍ଚ୍ଚିତ ଘଟଣା ଘଟିଛି। ବିଲମିତ ରାତିରେ ପ୍ରେମିକା ପାଖକୁ ଆସିଥିବା ପ୍ରେମିକକୁ ଧରିଲେ ଯୁବତୀଙ୍କ ଘରଲୋକ। ରାତିସାରା ଗୋଟିଏ ଘର ପୁରାଇ ଉତ୍ତମ ମାଧ୍ୟମ ଦେବାପରେ ସକାଳୁ ପୋଲିସରେ ଜିମା ଦେଇଥିଲେ। କିନ୍ତୁ ସ୍ଥାନୀୟ କିଛି ଲୋକ ଆପୋସ ବୁଝାମଣା ପାଇଁ କହିବାରୁ ପୋଲିସ ଉପସ୍ଥିତିରେ ଦୁଇଜଣଙ୍କର ବିବାହ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଉତ୍ତରପ୍ରଦେଶ ରାମପୁର ଅଜୀମନଗର ଥାନା ଅନ୍ତର୍ଗତ ମେହେନ୍ଦି ନଗର ସୁମାଲୀ ଗାଁ’ରେ ଏହି ଘଟଣା ଘଟିଛି। ସ୍ଥାନୀୟ ଗଦ୍ଦୀ ନଗଲୀ ଗାଁର ପ୍ରେମ ସିଂହଙ୍କ ସହିତ ମେହେନ୍ଦୀ ଗାଁର ଲକ୍ଷ୍ମୀଙ୍କର ପ୍ରେମ ସମ୍ପର୍କ ଥିଲା। ପ୍ରେମିକ ସବୁବେଳେ ପ୍ରେମିକାକୁ ରାତିରେ ଭେଟିବାକୁ ଆସୁଥିଲେ। କିନ୍ତୁ ସେହିଦିନ ତାଙ୍କ ପାଇଁ ସମୟ ଠିକ ନଥିଲା। ରାତି ପ୍ରାୟ ୧୨ଟା ପରେ ପ୍ରେମିକାଙ୍କୁ ଦେଖା କରିବାକୁ ତାଙ୍କ ଘରେ ପହଞ୍ଚିଥିଲେ ପ୍ରେମ ସିଂହ। ହେଲେ ପରିବାର ଲୋକ ଜଗିଥିଲେ ଏ କଥା ତାଙ୍କୁ ଜଣା ନଥିଲା। ତେଣୁ ଧରାପଡିଯାଇଥିଲେ। ତାଙ୍କୁ ଯୁବକକୁ କାବୁ କରିବା ପରେ ପରିବାର ଲୋକେ ନିର୍ଦ୍ଧୂମ ଛେଚିଥିଲେ। ମାମଲା ପୋଲିସ ନିକଟରେ ପହଞ୍ଚିଥିଲା। ତେବେ ପୋଲିସ ଉପସ୍ଥିତିରେ ଘଟଣାର ଆପୋଶ ସମାଧାନ ହେବାପରେ ମନ୍ଦିରରେ ଉଭୟଙ୍କର ବିବାହ କରାଯାଇଛି।

ମତାମତ ଦିଅନ୍ତୁ ।