ପ୍ରେମିକ ସହ ଫେରିଲେ ନିଖୋଜ ବିଜେପି ନେତ୍ରୀ

ଜୟପୁର : ରାଜସ୍ଥାନର ବାଡମେରରେ ଘଟିଛି ଏକ ବିଚିତ୍ର ଘଟଣା। ବିଜେପି ନେତ୍ରୀ ତଥା ଗାଁ ମୁଖିଆ ପିଙ୍କି ଚୌଧୁରୀ ପାଞ୍ଚଦିନ କେଉଁଆଡେ ଚାଲିଯିବା ପରେ ପ୍ରେମିକ ସହିତ ପୁଣି ଘରକୁ ଫେରିଛନ୍ତି। ଯାହା ଗ୍ରାମବାସୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ଖବର ଅନୁଯାୟୀ ରାଜସ୍ଥାନ ବାଡମେରର ସମଦଡି ଗାଁ’ର ବିଜେପି ନେତ୍ରୀ ତଥା ଗାଁ ମୁଖିଆ ପିଙ୍କି ଚୌଧୁରୀ ହଠାତ ଗାଏବ ହୋଇ ଯାଇଥିଲେ। ପିଙ୍କିଙ୍କ ବାପା ଥାନାରେ ଝିଅର ନିଖୋଜ ନେଇ ରିପୋର୍ଟ କରିଥିଲେ। ପୋଲିସ ମାମଲାରେ ତଦନ୍ତ ଆରମ୍ଭ କରିବା ପୂର୍ବରୁ ଘଟଣାରେ ମୋଡ ବଦଳି ଯାଇଥିଲା।
ନିଖୋଜର ପାଞ୍ଚଦିନ ପରେ ଅର୍ଥାତ ରବିବାର ପିଙ୍କି ନିଜର ପ୍ରେମିକ ସହିତ ନିଜ ଘରକୁ ଫେରିଥିଲେ। ଥାନାକୁ ଯାଇ ବୟାନ ରେକର୍ଡ କରାଇବା ସହିତ ଶ୍ଵଶ୍ଵର ଘର ଲୋକଙ୍କ ଉପରେ ଆଣିଛନ୍ତି ଗୁରୁତର ଅଭିଯୋଗ।

ପିଙ୍କି ଚୌଧୁରୀ କହିଥିଲେ ବାପ ଘର କିମ୍ବା ଶ୍ଵଶ୍ଵର ଘରକୁ ସେ ଯିବାକୁ ଚାହୁଁ ନାହାନ୍ତି। ସେ ଛାଡପତ୍ର ଦେଇ ପ୍ରେମିକ ଅଶୋକ ଚୌଧୁରୀଙ୍କ ସହିତ ଲିଭ୍ ଇନ ରିଲେସନସିପରେ ରହିବାକୁ ଚହାଁନ୍ତି। ଆହୁରି ଜଣାପଡିଛି ନିଖୋଜ ହେବା ସମୟରେ ପିଙ୍କି ପୋଲିସକୁ ଇମେଲ କରି ସ୍ଵାମୀ ଓ ଶ୍ଵଶ୍ଵରଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ କରିଥିଲେ। ପିଙ୍କି କହିଛନ୍ତି ଯେ ପର୍ଯ୍ୟନ୍ତ ଛାଡପତ୍ର ହୋଇନାହିଁ ସେ ପର୍ଯ୍ୟନ୍ତ ନିଜ ପ୍ରେମିକ ଅଶୋକ ଚୌଧୁରୀ ଘରେ ରହିବାକୁ ଚାହାନ୍ତି। ସେ ନିଜ ଇଚ୍ଛାରେ ଘରୁ ବାହାରିଥିଲେ। ନିଜ ଇଚ୍ଛାରେ ଫେରିଛନ୍ତି। ଏବେ ପ୍ରେମିକା ସହିତ ଲିଭ୍ ଇନରିଲେସନସିପରେ ରହିବେ। ସ୍ଵାମୀଙ୍କଠାରୁ ଛାଡପତ୍ର ପରେ ବିବାହ ବିଷୟରେ ବିଚାର କରିବେ।

ମତାମତ ଦିଅନ୍ତୁ ।