ପ୍ରେମିକକୁ ବାହାହେବାକୁ ଜିଦ୍‌ : ଭାଇ ନେଲା ଭଉଣୀର ଜୀବନ

ଜୟପୁର : ରାଜସ୍ଥାନର ଅଲୱାର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଭଉଣୀର ପ୍ରେମକୁ ଗ୍ରହଣ କରିପାରିନି ଭାଇ। ପ୍ରେମିକକୁ ବିହାହେବାକୁ ଜିଦ୍‌ କରିବାରୁ ଭଉଣୀର ମୁଣ୍ଡକୁ ଚଟାଣରେ ବାଡ଼େଇ ଭାଇ ହତ୍ୟା କରିଛି। ଘଟଣାଟି ଶୁକ୍ରବାର ରାତିରେ ଘଟିଛି। ଭଉଣୀକୁ ହତ୍ୟା କରିବା ପରେ ଭାଇ ବାହାରକୁ ଯାଇଥିବା ବାପା-ମାଙ୍କୁ ଫୋନ୍ କରି ସୂଚନା ଦେଇଥିଲେ ହେଁ ସେମାନେ ଏହାକୁ ବିଶ୍ଵାସ କରିନଥିଲେ ବୋଲି ପୋଲିସକୁ କହିଛନ୍ତି।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ପବନ ଏସି ରିପାୟର ଦୋକାନରେ ବିଷ୍ଣୁ ନାମକ ଜଣେ ଯୁବକ କାମ କରୁଥିଲେ। ପବନର ଭଉଣୀ ଓ ବିଷ୍ଣୁ ପରସ୍ପରକୁ ଭଲ ପାଉଥିବାରୁ ଏଥିରେ ପରିବାର ଲୋକେ ଖୁସିନଥିଲେ। ଏହାକୁ ନେଇ ପରିବାରରେ ସବୁ ବେଳେ ଝଗଡ଼ା ଲାଗୁଥିଲା। ସେଥିପାଇଁ ପବନ ଦୋକାନରେ କାମ କରିବା ବନ୍ଦ କରିଦେଇଥିଲା ବିଷ୍ଣୁ। ହେଲେ ପବନଙ୍କ ଭଉଣୀ ବିଷ୍ଣୁଙ୍କୁ ବାହା ହେବାକୁ ଜିଦ ଧରିବାରୁ ମାରିଦେବା ପର୍ଯ୍ୟନ୍ତ କଥା ଯାଇଛି। ପୋଲିସ ଭଉଣୀକୁ ମରିଥିବା ଅଭିଯୋଗରେ ପବନକୁ ଗିରଫ କରି ତଦନ୍ତ ଜାରି ରଖିଛି।

ମତାମତ ଦିଅନ୍ତୁ ।