ପ୍ରେମିକକୁ ବାନ୍ଧିଲେ ଗାଁ ଲୋକେ

ବାଲେଶ୍ଵର : ପ୍ରେମିକା ଘରକୁ ଆସିବା ମହଙ୍ଗା ପଡିଲା। ଧରାପଡି ବନ୍ଧା ହେଲେ ପ୍ରେମିକ। ଏପରି ଘଟଣା ହେବା ଘଟଣା ବାଲେଶ୍ଵର ଜିଲ୍ଲା ମୁଗୁନିପୁର ଅଂଚଳରେ ଦେଖିବାକୁ ମିଳିଛି। ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ବାଲେଶ୍ଵର ଜିଲ୍ଲା ପଥରପେଣ୍ଠ ପଞ୍ଚାୟତ ବଡ଼ଗାଁ ଅଂଚଳର ବିଜୟ ମଲ୍ଲିକଙ୍କ ପୁଅ ବାବୁ ବିବାହିତ। ତାଙ୍କର ୪ ବର୍ଷର ପୁଅଟିଏ ଅଛି। କିନ୍ତୁ ସୋର ଥାନା ମୁଗୁନିପୁର ଅଞ୍ଚଳର ଜୈନିକ ନାବାଳିକାଙ୍କ ସହିତ ତାଙ୍କର ୩ ମାସ ପୂର୍ବରୁ ମିସକଲ ପରେ ପ୍ରେମ ହୋଇଥିଲା। ପ୍ରେମିକା ବିଜୟଙ୍କ ବିଷୟରେ କିଛି ନ ଜାଣି ଆଜି ପରିବାରର କେହି ନଥିବା ସୁଯୋଗରେ ଘରକୁ ଡ଼ାକିଥିଲେ।

ପ୍ରେମିକ ପ୍ରବର ପ୍ରେମିକାର ଘରେ ପହଞ୍ଚି ବିବାହର ପ୍ରତିଶୃତି ଦେଇ ମଥାରେ ସିନ୍ଦୁର ଓ ହାତରେ ଶଙ୍ଖା ପିନ୍ଧାଇ ଶାରୀରିକ ସମ୍ପର୍କ ରଖିଥିଲା। ଗାଁର କିଛି ଯୁବକ ଘଟଣା ଉପରେ ନଜର ରଖି ପ୍ରେମିକ-ପ୍ରେମିକା ଘର ଭିତରେ ଥିବାବେଳେ ବାହାର ପଟୁ ତାଲା ମାରିଦେଇ ଥିଲେ। ପରେ ଗ୍ରାମବାସୀମାନେ ପ୍ରେମୀକକୁ ଦଉଡିରେ ବାନ୍ଧି ଦେଇଥିଲେ। ପରେ ଝିଅଟିର ପରିବାର ଲୋକେ ବିବାହ କରାଇବାକୁ ଜିଦ ଧରିଥିବା ବେଳେ ଗାଁରେ ଉତ୍ତେଜନା ଲାଗିରହିଛି।

ସମ୍ବନ୍ଧିତ ଖବର
between image and heading

Comments are closed.