ପ୍ରେମିକାଙ୍କୁ ଭେଟିବାକୁ ଯାଇଥିବା ପ୍ରେମିକକୁ ୬୦ ହଜାର ଜରିମାନା

ଉମରକୋଟ : ପ୍ରେମ ପାଇଁ ମାଡ ଖାଇ ତଣ୍ଡ ଗଣିଲେ ପ୍ରେମିକ। ପ୍ରେମିକାକୁ ଭେଟିବାକୁ ଯାଇଥିବା ଜଣେ ଯୁବକ ଏହି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିବା ବେଳେ ଘଟଣାଟି ରାଇଘର ବ୍ଲକ୍ ଯୋଡ଼ିଙ୍ଗା ପଞ୍ଚାୟତର ବୋରଗାଁରେ ଘଟିଛି।

ଖବର ଅନୁଯାୟୀ ରାଇଘର ବ୍ଲକ୍ ଉଦୟପୁର ଗାଁର ସୁରେନ୍ଦ୍ର ନାମକ ଜଣେ ଯୁବକ ବୋରଗାଁର ଜଣେ ଝିଅକୁ ଭଲ ପାଉଛନ୍ତି। ପ୍ରେମିକାକୁ ଦେଖା କରିବାକୁ ସେ ତାଙ୍କ ଗାଁକୁ ଯାଇଥିଲେ। ଗାଁ ଲୋକମାନେ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ। ଏପରିକି ଜଙ୍ଗଲରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। କଥା ସେତିକିରେ ସରିଲାନି। ଗାଁରେ କଙ୍ଗାରୁ କୋର୍ଟ ବସାଇ ୬୦ ହଜାର ଟଙ୍କାର ଜରିମାନା କରାଗଲା। କିନ୍ତୁ ଯୁବକ ଜଣଙ୍କ ୧୦ ହଜାର ଟଙ୍କା ଦେଇଥିଲେ। ବାକି ଆଉ ୫୦ ହଜାର ଟଙ୍କା ପାଇଁ ତାଙ୍କ ବାଇକ୍‌କୁ ରଖାଯାଇଛି। ଯୁବକ ଜଣଙ୍କ ରାଇଘର ଥାନାରେ ଏନେଇ ଅଭିଯୋଗ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।