ପ୍ରେମିକାକୁ ଦେଖା କରିବାକୁ ଯାଇ ଛେଚା ଖାଇଲେ ପ୍ରେମିକ

ପ୍ରୟାଗରାଜ : ପ୍ରୟାଗରାଜରେ ଜଣେ ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ। ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହାର କାରଣ ହେଲା ପ୍ରେମ।

ଖବରଟି କୌନ୍ଧିୟାରା ଥାନା ଅନ୍ତର୍ଗତ ଏକ ଗାଁର। ଯୁବକ ଜଣକ ପ୍ରେମିକାକୁ ଦେଖା କରିବାକୁ ରାତିରେ ତାଙ୍କ ଘରକୁ ଯାଇଥିଲେ। ପ୍ରେମିକା ମଧ୍ୟ ଅପେକ୍ଷାରେ ଥିଲେ। ପ୍ରେମିକ ପହଞ୍ଚିବା ପରେ କବାଟ ଖୋଲିଥିଲେ। କିନ୍ତୁ କବାଟ ଖୋଲିବାର ଶବ୍ଦ ଶୁଣି ଘରଲୋକ ଉଠି ପଡିଲେ। ଗୋଟିଏ କୋଠରୀରେ ଝିଅକୁ ଓ ପ୍ରେମିକକୁ ମୁଣ୍ଡକୁ ପିତ୍ତ ଚଢି ଯାଇଥିଲା। ଘର ସାମ୍ନାରେ ଥିବା ଏକ ନିମ୍ବ ଗଛରେ ଯୁବକକୁ ବାନ୍ଧି ଦେଇଥିଲେ। ସକାଳ ହେବାପରେ ଗ୍ରାମବାସୀଙ୍କ ସାମ୍ନାରେ ଯୁବକଙ୍କୁ ଲାଠିରେ ପାହାର ହୋଇଥିଲା। ନିଜକୁ ବଞ୍ଚାଇବାକୁ ସେ ଯେତେ ଗୁହାରି କରିଥିଲେ ମଧ୍ୟ ଯୁବତୀଙ୍କ ଘର ଲୋକମାନେ କିଛି ଶୁଣିନଥିଲେ। ମାଡ ମାରିବା ପରେ ଚୋରି ଅଭିଯୋଗ ଆଣି ଯୁବକଙ୍କୁ କୌନ୍ଧିୟାରା ଥାନା ପୋଲିସକୁ ହସ୍ତାନ୍ତର କରିଥିଲେ।

ମତାମତ ଦିଅନ୍ତୁ ।