ପ୍ରେମିକାଙ୍କ ଘରୁ ମିଳିଲେ ପତ୍ନୀକୁ କରୋନା ପଜିଟିଭ୍ କହିଥିବା ସ୍ୱାମୀ

ମୁମ୍ବାଇ : କରୋନା ସମୟରେ ପ୍ରେମ ବ୍ୟାପାରକୁ ନେଇ ଅନେକ ରୋଚକ କଥା ନଜରକୁ ଆସିଛି। ସେହିଭଳି ଏକ ଘଟଣା ନାଭି ମୁମ୍ବାଇରେ ଦେଖିବାକୁ ମିଳିଛି। ଆଉ ଜଣାପଡିଯାଇଛି ୨୮ ବର୍ଷୀୟ ବିବାହିତ ଯୁବକ ଜଣକ ପତ୍ନୀଙ୍କୁ କୋରନା ପଜିଟିଭ୍ ବୋଲି ମିଛ କହି ଦେଢମାସ ହେଲା ପ୍ରେମିକା ନିକଟରେ ଥିଲେ। ପୋଲିସ ତାଙ୍କୁ ଇନ୍ଦୋରସ୍ଥିତ ପ୍ରେମିକାଙ୍କ ଘରୁ ଠାବ କରିଛି।

ନାଭି ମୁମ୍ବାଇ ପୋଲିସର କହିଛି ଗତ ଜୁଲାଇ ୨୪ ତାରିଖରେ ଯୁବକ ଜଣକ ନିଜ ପତ୍ନୀଙ୍କୁ ଫୋନ କରିହିଥିଲେ ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ସେ ଆଉ ବଞ୍ଚି ପାରିବେ ନାହିଁ। ଏହା ପରେ ପତ୍ନୀ କିଛି କହିବା ପୂର୍ବରୁ ଫୋନ୍ କାଟି ଦେଇଥିଲେ। ସେହିଦିନ ଠାରୁ ତାଙ୍କର କୌଣସି ଖୋଜ୍ ଖବର ନମିଳିନଥିଲା। ପତ୍ନୀ ନିଜ ଭାଇଙ୍କୁ ଡାକି ପୋଲିସରେ ନିଖୋଜ ମାମଲା ଦାୟର କରିଥିଲେ। ଏହା ପରେ ପୋଲିସ ସିସିଟିଭି ଓ ମୋବାଇଲ୍ ଟ୍ରାକ୍ ଜରିଆରେ ତଦନ୍ତ ଆରମ୍ଭ କରିଥିଲା। ଯୁବକଙ୍କ ଗାଡ଼ି, ହେଲମେଟ୍, ବ୍ୟାଗ୍ ଓ ଚାବି ଭାସିର ସେକ୍ଟର ୧୭ ଅ଼ଞ୍ଚଳରୁ ଠାବ କରାଯାଇଥିଲା।

ଆହୁରି ଜଣାପଡିଲା ଗାଏବ ହେବା ରାତିରେ ସେ ୧୦୦କୁ ଦୁଇଥର ଫୋନ୍ କରିଥିଲେ। ଏସବୁକୁ ଅନୁଧ୍ୟାନ କରିବା ପରେ ଜଣାପଡିଲା ସେଇ ଯୁବକଙ୍କର ପରକୀୟା ସଂପର୍କ ରହିଛି। ପ୍ରାୟ ମାସେ କାଳ ତଦନ୍ତ ପରେ ଯୁବକ ଇନ୍ଦୋରରେ ଥିବା ପୋଲିସକୁ ସୂଚନା ମିଳିଥିଲା। ପୋଲିସ ଇନ୍ଦୋରରେ ପହଞ୍ଚି ତାଙ୍କୁ ପ୍ରେମିକାଙ୍କ ଘରୁ ଠାବ କରିବା ସହିତ ସେପ୍ଟେମ୍ବର ୧୫ରେ ମୁମ୍ବାଇ ଆଣିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।