ପ୍ରି-ପ୍ରାଇମେରୀ ସ୍କୁଲ ପିଲାଙ୍କୁ ମିଳିବ ସକାଳ ଜଳଖିଆ ଓ ମଧ୍ୟାହ୍ନ ଭୋଜନ

ନୂଆଦିଲ୍ଲୀ : ସ୍କୁଲ ମାନଙ୍କରେ ପ୍ରି-ପ୍ରାଇମେରୀ ଶ୍ରେଣୀ ପିଲାଙ୍କ ପାଇଁ ଏଣିକି ସକାଳ ଜଳଖିଆ ଓ ମଧ୍ୟାହ୍ନ ଭୋଜନ ଉପଲବ୍ଧ କରାଯିବ। କେନ୍ଦ୍ର ସରକାର ଏଥିପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।

ପ୍ରଚଳିତ ବ୍ୟବସ୍ଥା ଅନୁସାରେ ମଧ୍ୟାହ୍ନ ଭୋଜନ ଯୋଜନାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସାମିଲ ଅଛନ୍ତି। କିନ୍ତୁ ନୂତନ ଶିକ୍ଷାନୀତିରେ ସ୍କୁଲ ପିଲାମାନଙ୍କୁ ପୃଷ୍ଟିସାରଯୁକ୍ତ ଜଳଖିଆର ବ୍ୟବସ୍ଥା କରାଯିବା ପାଇଁ ସୁପାରିସ କରାଯାଇଥିଲା। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ଵାରା ଏନେଇ ସମସ୍ତ ରାଜ୍ୟମାନଙ୍କୁ ପତ୍ର ଲେଖାଯାଇ ମତାମତ ଲୋଡାଯାଇଛି। ରାଜ୍ୟମାନଙ୍କ ମତାମତ ମିଳିସାରିବା ପରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଖର୍ଚ୍ଚ ସମ୍ବନ୍ଧୀୟ ଅର୍ଥ କମିଟିରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବା ବୋଲି ସୂଚନା ମିଳିଛି।

ମତାମତ ଦିଅନ୍ତୁ ।